ଜୟପୁର- ଜୟପୁର ଠାରେ କଂଗ୍ରେସର ବିଶାଳ ସମ୍ବର୍ଦ୍ଧନା ସଭା ଓ କର୍ମି ସମ୍ମିଳନି ଆଜି ଅନୁଷ୍ଠିତ ହୋଇଛି । ନାନାକେ ଡାକରେ ଦୁଲୁକିଥିଲା ଜୟପୁର । ଆସ ଦୁର୍ନିତୀ ହଟାଇବା ନୁଆ ଓଡିଶା ଗଢିବା ସ୍ଲୋଗାନରେ ଜୟପୁର ଗ୍ଲୋକାଲ ହସପିଟାଲ ଠାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ସେଠାରେ କର୍ମି ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ସମ୍ମିଳନିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନଓାଜ, ପିସିସି ସାଧାରଣ ସମ୍ପାଦିକା ମିନାକ୍ଷି ବାହିନିପତି , ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିୁତ ଥିଲେ । ଏହି ସମ୍ମିଳନିରେ ନବ ନିଯୁ୍କ୍ତ କର୍ମକତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେପି ଓ ବିଜେଡି ଛାଡି ଶତାଧିକ କର୍ମି ଓ ନେତା ବିଧାୟକ ତାରା ପ୍ରସାଦ ବାହନିପତିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଥିଲେ । ଏଠାରେ ବିଧାୟକ ବାହିନିପତି ଉଦବୋଧନ ଦେଇ ରାଜ୍ୟ ସରକାର ଉପରେ ବର୍ଷି ଥିଲେ । ଜୟପୁର ରେ ବିଜେଡି ନେତା ମାନେ ସାହି ସାହି ବୁଲି ମନ୍ଦିର, ମସଜିଦ ର କଣ ଦରକରା ନିବିନ ବାବୁ କହିଛନ୍ତି କହି ବୁଲୁଛନ୍ତି । ଆଗକୁ ନିର୍ବାଚନ ଅଛି ବୋଲି ମନ୍ଦିର ମସଜିଦ ମନେପଡୁଛି । କିନ୍ତୁ, ବର୍ଷ ସାରା ବାହିନିପତି ମନ୍ଦିର, ମସଜିଦ, ଚର୍ଚକୁ ମନେ ରଖିଥିବା କହିଥିଲେ । କୋରାପୁଟ ଜିଲାର ଶିକ୍ଷିତ ଯୁବକ ଯୁବତିକୁ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନାହିଁ । ଏଠାରେ ବାହାର ଜିଲାର ପିଲା ନିଯୁକ୍ତି ପାଉଛନ୍ତି । ନବିନ ବାବୁ କୋରାପୁଟ ଜିଲା କୁ ଦେଇଛନ୍ତି କଣ । ନନ୍ଦପୁର, ଜୟପୁର ବ୍ଲକ, କାଶିପୁର ଅବିଭକ୍ତ କୋରାପୁଟ ଜିଲାର ଖଣି ଖାଦନକୁ ବିକ୍ରି କରିଦେଲେ । ଥିବା କଳ କାରଖାନାକୁ ବନ୍ଦ କରିଥିଲେ । ଜୟପୁର ପେପର ମିଲକୁ ରାଜ୍ୟ ସରକାର କଣ ଦେଇଛନ୍ତି । ଏଠାକାର ବିଜେଡି ନେତା ମାନେ ରାଜନିତି କରି ପେପର ମିଲ କୁ ଚାଲାଇବାକୁ ଦେଉ ନାହାନ୍ତି, ବନ୍ଦ କରିବା ଯୋଜନା କରୁଛନ୍ତି । ବିଜୁ ବାହିନି କଲେ ରାଜ୍ୟର ବିକାଶ ହେବ ନାହିଁ ପୋଷା ଆଇନ ଆଣ ବୋଲି ବିଧାୟକ ବାହୀନିପତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଆହ୍ଵାନ କରିଥିଲେ । ପେଷା ଆଇନ ଆଣିଲେ କଂଗ୍ରେସ ବିଧାନସଭାରେ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ । ବିଜେପି ଓ ବିଜେଡି ଗୋଟିଏ ଟଙ୍କାର ଦୁଇ ପାଶ୍ୱ ବୋଲି ବିଧାୟକ ବାହିନିପତି କହିଥିଲେ । ବିଜେଡି କୁ ଭୋଟ ଦେବା ଯାହା ବିଜେପି କୁ ଭୋଟ ଦେବା ତାହା ବୋଲି କହିଥିଲେ ।
ଅନ୍ୟ ଅତିଥି ଦେବେନ୍ଦ୍ର ବାହୀନିପତି କହିଥିଲେ, ଜୟପୁର ନିର୍ବାଚନ ମଣ୍ଡଳିରେ ଦୀର୍ଘ ୧୫ ବର୍ଷ ଶାସନ କରି ପୁବତନ ମନ୍ତ୍ରୀ ଭୟବୀତ କରି ଲୋକ ଙ୍କୁ ରଖି ଶୋଷଣ କରୁଥିଲେ । ଏହି କଥାକୁ ଲୋକ ମାନେ ଆଜି ଯାଏ ଭୁଲି ନାହାଁନ୍ତି । ବିଧାୟକ ବାହୀନିପତି ଯେବେ ଜୟପୁର ବିଧାୟକ ହେଲେ ବିକାଶର ଧାରା ଆରମ୍ଭ ହେଲା, ବିକ୍ରମ ଦେବ କଲେଜ ୟୁନିଭରସିଟି କଲେ, ଜିଲା ଚିକିତ୍ସାଳୟ , ମୁଖ୍ୟ ଟ୍ରାଫିକ ଛକରେ ବିରାଟ ପ୍ଲାଗ, ଗମନା ଗମନ, ପ୍ରତ୍ୟେକ ଓାର୍ଡର ବିକାଶ ରାସ୍ତା ଘାଟର ବିକାଶ, ପାନିୟ ଜଳର ବିକାଶ, ସାହି ସାହିରେ ପାର୍କ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଯେପରି ଲୋକ ପାଇପାରିବେ ଭତ୍ତା, ଆବାସ ଆଦି ଉପରେ ଗୁରୁତ୍ୱ ଦିଆଯାଇ ପ୍ରକୃତ ହିତାଧିକାରି ଙ୍କୁ ଦିଆଯାଇଛି । ଶିକ୍ଷକ. ଶିକ୍ଷୟତ୍ରୀ, ସରକାରି ଚାକିରିଆ ଶାନ୍ତିରେ ନିଜ କାଯ୍ୟ କରୁଛନ୍ତି । ଆଗାମି ନିର୍ବାଚନରେ ଜୟପୁର ବିଧାୟକ ତାରା ବାହିନିପତିଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇବାକୁ ଆନୁରୋଧ କରିଥିଲେ । ଜୟପୁର ନିବାଚନ ମଣ୍ଡଳିର ବୋରିଗୁମ୍ମା ଜୟପୁର ବ୍ଲକ ଓ ଟାଉନର ହଜାର ହଜାର କଂଗ୍ରେସ ନେତା ଓ କର୍ମି ଉପସ୍ଥିତ ଥିଲେ । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ବିନୋଦ ମହାପାତ୍ର, ସୁକାନ୍ତ ପଟ୍ଟନାୟକ, ଜିଲା ମହିଳା ସଭାନେତ୍ରୀ ନଳିନି ରଥ, ଜିଲା ଯୁବ କଂଗ୍ରେସ ସଭାପତି ସନ୍ଦିପ ସାମନ୍ତରାୟ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ, ଜିଲା ପରିଷଦ ସଭ୍ୟା ପିଙ୍କୁ ଶତପଥି, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ,ନବରଙ୍ଗପୁର ଯୁବ କଂଗ୍ରେସ ସଭାନେତ୍ରୀ ଲିପିକା ମାଝୀ, ମାଲକାନଗିରି ଜିଲା ଯୁବ ସଭାପତି ମନୋଜ ନାୟକ, ସମସ୍ତ କାଉନସିଲର କଂଗ୍ରେସର ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।