
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ସାଇଁବିରି ଠାରେ ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଂଟ’ର ଫାଇନାଲ ପ୍ରତିଯୋଗିତାରେ ସାମିଲ ହୋଇ ଗ୍ରାମାଂଚଳରେ ଖେଳର ପରମ୍ପରା ଆଗକୁ ନେବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଫୁଟବଲ୍ ମୋର ପ୍ରିୟ ଖେଳ । ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର । ଏହି ଖେଳକୁ ସ୍ଥାନୀୟ ଅଂଚଳରେ ଲୋକପ୍ରିୟ କରାଉଥିବାରୁ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ । ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଂଟ’ରେ ଅନୁଗୋଳ ଓ ଢେଙ୍କାନାଳ ସମେତ ଭାଗ ନେଇଥିବା ସମସ୍ତ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଟୁର୍ଣ୍ଣାମେଂଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଗ୍ରାମାଂଚଳରେ ଉତ୍ତମ ଭିତ୍ତିଭୂମି ସହ ଖେଳକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ତାଙ୍କ ପିଲାଦିନର ପ୍ରତ୍ୟକ୍ଷ ଶିକ୍ଷକ ମହାରଣା ସା,ର୍ ବିଜୟ ସାର୍ ଓ ନୃସିଂହ ସାରଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ ।