ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ଅନୁÂାନର ଅଧ୍ୟକ୍ଷ ଶାରଦା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଅନୁଶୀଳନ କରିବାରେ ଶ୍ରୀ ମିଶ୍ରଙ୍କର ଅତୁଳନୀୟ ଭୂମିକା ଥିଲା ବୋଲି କହିଥିଲେ । ଭାଷା ଆନେ୍ଦାଳନର ଆବାହକ ପବିତ୍ର ମହାରଥା ଏବଂ ଯୁବ ସମାଜସେବୀ ଶିବରାମ ମହାପାତ୍ର ଏହି ଅବସରରେ ଶ୍ରୀ ମିଶ୍ରଙ୍କର ଆଗାମୀ ଦିନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ପ୍ରତିÂା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ଦାବିକୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଖରେ ପହଂଚାଇବା ପାଇଁ ଆଗାମୀ ଦିନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶତପଥୀ ଘୋଷଣା କରିଥିଲେ ।
ଏହି ଅବସରରେ ନ୍ୟାସନାଲ ହୁ୍ୟମାନ ୱେଲଫେୟାର ବୋଡର଼୍ ଟ୍ରଷ୍ଟ ପକ୍ଷରୁ ପୂଜ୍ୟପୂଜା ପାଇଁ ସମାଜସେବୀ ନିରଞ୍ଜନ ସାହୁ, ବିଶ୍ୱଜିତ ରଣା, ଶିକ୍ଷାବିତ୍ ଡ. ରଜନୀକାନ୍ତ ତରାଇ, କଳାକାର ଶେଖ୍ ଗୁଲଜାର ହୁସେନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତା ତଥା ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋବିନ୍ଦ ମିଶ୍ରଙ୍କ ଉଦେ୍ଧଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।