ହରିଦ୍ଵାର– ଆନ୍ତର୍ଜାତିକ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ଏକ ଦିବସୀୟ ରାଷ୍ଟ୍ରୀୟ ବୈଠକ ତଥା ଦୁଇ ଦିବସୀୟ କାର୍ଯ୍ୟକର୍ତା ମହାସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରବୀଣ ଭାଇ ତୋଗଡିଆ କହିଛନ୍ତି ଯେ, ଦେଶରେ କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ରାମ, କୃଷ୍ଣ, ଶଙ୍କରଙ୍କ ମାଟିରେ ରାମ ନିଜ ଆବାସରେ ବିରାଜମାନ ହୋଇ ସାରିଛନ୍ତି । ଏବେ ପ୍ରସ୍ତୁତି ମଥୁରାରେ କୃଷ୍ଣ ଜନ୍ମଭୂମି, କାଶୀରେ ଭଗବାନ କାଶୀ ବିଶ୍ଵନାଥଙ୍କୁ ମୁକ୍ତ କରାଇବାର । ସେ ମଥୁରାର ସମ୍ପୂର୍ଣ୍ଣ ଜନ୍ମଭୂମିର ସ୍ଥାନ ଏବଂ କାଶୀରେ ନନ୍ଦୀ ମହାରାଜ, ବିଶ୍ଵନାଥଙ୍କ ମଧ୍ୟରେ ରହିଥିବା ପ୍ରାଚୀର ହଟାଇ ଭବ୍ୟ ମନ୍ଦିର ନିର୍ମାଣ, ନିୟମିତ ମାତା ଶୃଙ୍ଗାର ଗୌରୀଙ୍କ ପୂଜା ପାଇଁ ଆଗାମୀ ସଂଘର୍ଷ ନିମନ୍ତେ ହିନ୍ଦୁ ସମାଜ ପ୍ରସ୍ତୁତ ରହିବାକୁ ଆହ୍ଵାନ ଦେଇଥିଲେ ।
ତୋଗଡ଼ିଆ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାର ଅସନ୍ତୁଳନ ଦ୍ୱାରା ଆଗକୁ ଆସୁଥିବା ବିପଦ ଏବଂ ଏହାର ଦୁଷ୍ପରିଣାମ ବିଷୟରେ ଆଲୋଚନା କରିବା ସହିତ କେନ୍ଦ୍ର ସରକାର କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣନ୍ତୁ ବୋଲି ଦାବି କରିଥିଲେ ।