
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ସହବନ୍ଧିତ ନୀଳାଚଳ ନାରାୟଣ ଆୟୁର୍ବେଦ ଚତୁଷ୍ପାଠୀ (ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟ ଆନୁକୂଲ୍ୟରେ ସଂସ୍କୃତ ମହାବିଦ୍ୟାଳୟ ପରିସରରେ “ଜାତୀୟ ସେବା,ଶ୍ରୀକ୍ଷେତ୍ର ପରିକ୍ରମା ଓ ଶ୍ରୀ ଜଗନ୍ନାଥ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ବେଦ ପାଠ ସହ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ଷେତ୍ରାଧିପତି ଟ୍ରଷ୍ଟ ର ସଭାପତି ଅଧ୍ୟାପକ ଡ଼ଃ ବଳରାମ ଦାଶ ସ୍ୱାଗତ ଭାଷଣ ଦେଇ ସେବା ଓ ଆଧ୍ୟାତ୍ମିକ ଚେତନାରେ ସ୍ବେଛାସେବୀ ମାନେ ଅନୁଗାମୀହୋଇ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସମର୍ପିତ ହେବାସହ ପଞ୍ଚତୀର୍ଥ ର ମାହାତ୍ମ୍ୟ ଓ ଶ୍ରୀ କ୍ଷେତ୍ର ପରିକ୍ରମା କରି ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି କୋଟି ପୁଣ୍ୟ ମିଳିଥାଏ ବୋଲି କହିଥିଲେl ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରlଧ୍ୟାପିକା ଡ଼ଃ ମୀରାରାଣୀ ଖଣ୍ଡୁଆଳ ସଭାପତିତ୍ୱ କରି କହିଲେ,ଜାତୀୟ ସେବା ସହ ଭଗବାନଙ୍କର ସେବାକରି ପାରିଲେ ସେବକ ମାନେ ଧନ୍ୟ ହୋଇପାରିବେ l ମୁଖ୍ୟ ଅତିଥି ରୂପେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯକ୍ରମ ସଂଯୋଜକ ପ୍ରଫେସର ଡ଼ଃ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଯୋଗଦେଇ ଜାତୀୟ ସେବାର ଆବଶ୍ୟକତା, ଛାତ୍ରଛାତ୍ରୀ ମାନଙ୍କର ସେବାରେ ଦୃଢ ମନୋନିବେଶ, ଅଧ୍ୟାତ୍ମିକ ଚେତନାର ଭିତ୍ତିଭୂମି ଓ ଶ୍ରୀ ଜଗନ୍ନାଥ ଙ୍କର ମାହାତ୍ମ୍ୟର ଗୁଣ ଗାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବୋଧିଚକ୍ର ର ସଭାପତି ଇଞ୍ଜିନିଅର ଗିରିଜାଶଙ୍କର ପାଢ଼ୀ ଯୋଗଦେଇ ଜାତିର ସେବାସହ ଭଗବତ ଚେତନାରେ ନିମଗ୍ନ ରହି କ୍ଷେତ୍ର ପରିକ୍ରମା କରି ଜଗନ୍ନାଥ ଙ୍କୁ ଦର୍ଶନ କରି ପାରିଲେ ଶ୍ରେଷ୍ଠ ସେବକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ lସମ୍ମାନିତ ଅତିଥି ରୂପେ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ଚାରୁଲତା ମିଶ୍ର ଯୋଗଦେଇଥିଲେ l କ୍ଷେତ୍ରlଧିପତି ଟ୍ରଷ୍ଟ ର ସମ୍ପାଦକ ଅଧ୍ୟାପକ ଦୟାନିଧିପଣ୍ଡା ଶ୍ରୀକ୍ଷେତ୍ର ପରିକ୍ରମା ର ପ୍ରାଚୀନତା ଓ ଶ୍ରୀପୁରୁଷୋତ୍ତମଙ୍କର ମହିମା ପ୍ରପ୍ରାକ୍ଷlପନ କରି ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଡ଼ଃ ବଳରାମ ଦାଶ ଓ ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ l