କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସମାଜରେ ପୁରୁଷ ଓ ନାରୀ ମାନଙ୍କର ଭୂମିକା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି, ଉଭୟଙ୍କର ସମାନ ଅବଦାନରେ ଏକ ସୁସ୍ଥ ପରିବାର ଗଠିତ ହୋଇଥାଏ । କିନ୍ତୁ ଆଜିର ସମାଜରେ ଏକ ପରିବାର ଭିତରେ ଜଣେ ନାରୀ ନିଜକୁ ସୁରକ୍ଷିତ ମନେ କରିପାରୁ ନାହିଁ । କେଉଁଠି ଶାରୀରିକ ସ୍ଥରରେ ତ କେଉଁଠି ମାନସିକ ସ୍ତରରେ , କେଉଁଠି ଅର୍ଥନୈତିକ ସ୍ତରରେ ତ, କେଉଁଠି ଯୌନଗତ ଅତ୍ୟାଚାରିତ ହେଉଛନ୍ତି । ଯଦି ଜଣେ ନାରୀ ସହିତ ସଦାସର୍ବଦା ଅତ୍ୟାଚାର ଚାଲି ରହିବ ତେବେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବ ନାହିଁ । ଯଦି ନାରୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନହେବେ ତେବେ ଆମେ କେବେ ବି ଏକ ସୁସ୍ଥ ପରିବାର ଓ ସୁସମାଜ ଗଠନ ନିମନ୍ତେ ଚିନ୍ତା କରିପାରିବା ନାହିଁ । ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର, ପୁରୀ ତରଫରୁ ଷ୍ଟେସନ୍ ରୋଡ଼, ଧୋବା ସାହି, କ୍ଲବ ଘର, ମୁନିସିପାଲିଟି ପୁରୀ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାହିନୀପତି , ଆରକ୍ଷୀ ଅଧିକାରୀ, ଜି.ଆର୍.ପି.ଏସ୍, ପୁରୀ ଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ସମାଜରେ ମହିଳା ମାନେ କିପରି ଅନ୍’ଲାଇନ୍ (ସାଇବର କ୍ରାଇମ) ର ଶିକାର ହେଉଛନ୍ତି , ସେଥିରୁ ନିଜକୁ ସୁରକ୍ଷା ଦେଇପାରିବେ ସେ ସମ୍ବନ୍ଧରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅଲୋଚନା ମାଧ୍ୟମରେ ସୁଚିନ୍ତିତ ଉପଦେଶମାନ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ( ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁରୀ) ସମାଜରେ କିପରି ମହିଳା ଓ ନିରୀହ ଶିଶୁ ମାନଙ୍କୁ ଚାଲାଣ କରାଯାଉଛି ତାହାର ନିରାକରଣ କରିପାରିବା ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଶ୍ରୀମତୀ ଶର୍ମିଷ୍ଠା ହୋତା (ଜିଲ୍ଲା ସୁରକ୍ଷା ଅଧିକାରିଣୀ, ପୁରୀ) ନାରୀ ମାନେ କିପରି ଘରୋଇ ହିଂସାର ଶିକାର ହେଉଛନ୍ତି ଓ ସେମାନେ ନିଜକୁ ସୁରକ୍ଷା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେହି ସମ୍ବନ୍ଧରେ ଆଲୋଚନା କରିଥିଲେ । ଶ୍ରୀମତୀ ସଂଯୁକ୍ତା କାନୁନଗୋ (ପୁରୀ ମ୍ୟୁନିସିପାଲିଟି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ପ୍ରକଳ୍ପ ଅଧିକାରିଣୀ) ବାଲ୍ୟ ବିବାହ କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ, ଏହାର ନିରାକରଣ ଓ ପ୍ରତ୍ୟେକ ମହିଳା କିପରି ସ୍ଵାବଲମ୍ବୀଶୀଳ ହୋଇପାରିବେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ “ସଖୀ” କେନ୍ଦ୍ରର ଇତିବାଳା ପ୍ରଧାନ (ପରାମର୍ଶ ଦାତ୍ରୀ)ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।
Related Stories
November 23, 2024
November 23, 2024
November 23, 2024