କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ସଂଧ୍ୟା ରେ ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି।ରାଜ୍ୟର ବିଭିନ୍ନ ଜିଲ୍ଲା ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର,କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ବିକ୍ରୟ ବୃଦ୍ଧି କରି ବୁଣାକାର ଙ୍କୁ ନିୟମିତ କାମ ଯୋଗାଇ ଦେବା ଓ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରେ ଏହା ଅନୁଷ୍ଠିତ ହୋଇଅଛି।ଏହି ମେଳାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦଘାଟନ କରି ଏହି ମେଳା ବୁଣାକାର ମାନଙ୍କ ପ୍ରତିଭା ବିକାଶ, ଆର୍ଥିକ ସୁଧାର ସହ ଅନ୍ୟ ବୁଣାକାର ମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ।ହସ୍ତତନ୍ତ ବିଭାଗର ଉପ ନିର୍ଦେଶକ ଲକ୍ଷ୍ମୀପତି ବେହେରା ଓ ସମ୍ବଲପୁରୀ ବସ୍ତ୍ରାଳୟର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ଯୋଗ ଦେଇ ଏହି ମେଳା ଚଳିତ ମାସ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହ ଏଥିରେ କେତେକ ବସ୍ତ୍ର ଉପରେ ରିହାତି ର ବ୍ୟବସ୍ଥା ଥିବାରୁ ବ୍ୟବସାୟ ବୃଦ୍ଧି ର ଆଶା ରହିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ଏମ ଡି ହୃଷିକେଶ ମାହାଳି,ହସ୍ତଶିଳ୍ପର ଏଚ ପି ଓ ସୂର୍ଯ୍ୟକାନ୍ତ ପଣ୍ଡା, ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ଜଗନ୍ନାଥ ମହାପାତ୍ର, ଅର୍ବାନ ହାଟ ପୁରୀର ପରିଚାଳକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଳାହାଣ୍ଡି, ସୋନପୁର, ଆଠଗଡ, ପୁରୀ, ଖୋର୍ଦ୍ଧା, ବାରିପଦା,ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କ ରୁ ୨୨ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଣାକାର ସମିତି ସଦସ୍ୟ ମାନେ ଯୋଗଦାନ କରିଛନ୍ତି।
Related Stories
November 23, 2024
November 23, 2024