
ଭୁବନେଶ୍ୱର – ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ମାହାଲ ନିଦେ୍ର୍ଧଶକ ହେମନ୍ତ କୁମାର ପାଢ଼ୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ସ୍ୱତନ୍ତ୍ର ଶାସନ ସଚିବ ତଥା ଅର୍ଥ ପରାମର୍ଶ ଦାତା ସଂପଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ବିଦାଳୟକାଳୀନ ସଭାରେ ସାଧାରଣ ପ୍ରଶାସନ ବିଭାଗର ସାଂସ୍କୃତିକ ଓ କ୍ରୀଡା ସଂଘ ସଂପାଦକ ପ୍ରକାଶ ଚନ୍ଦ୍ର କୁଅଁର ଶ୍ରୀ ପାଢ଼ୀଙ୍କର ସଫଳ ସରକାରୀ ·କିରୀକାଳ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶ୍ରୀ ପାଢ଼ୀ ୧୯୮୨ ମସିହାରେ ରିଜର୍ଭ ବ୍ୟାଙ୍କ୍ ର ଜଣେ ଏ-ଗ୍ରେଡ୍ ଅଧିକାରୀଭାବେ ନିଜର ·କିରୀ ଜୀବନ ଆରମ୍ଭ କରିଥିଲେ । ପରେ ପରେ ୧୯୮୯ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଭାବେ ଓଡ଼ିଶା ସରକାରରେ ଯୋଗ ଦେଇଥିଲେ । କୋଦଳା ତହସିଲର ଅତିରିକ୍ତ ତହସିଲଦାର ପଦବୀରୁ କାର୍ଯ୍ୟ ଆରମ୍ଭ କରି ଶ୍ରୀ ପାଢ଼ୀ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୨୦୧୪ ଜୁନ୍ ମାସରୁ ୨୦୧୬ ମେ ମାସ ପର୍ଯ୍ୟନ୍ତ ସେ ନୟାଗଡ଼ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୬ ମସିହାରେ ଶ୍ରୀ ପାଢ଼ୀ ଭାରତୀୟ ପ୍ରଶାସନିକ ସେବା ପଦବୀକୁ ଉନ୍ନୀତ ହୋଇଥିଲେ ।
ଏହି ଅବସରରେ ସାଧାରଣ ପ୍ରଶାସନ ବିଭାଗର ଡ଼ାଇରିଷ୍ଟ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ବେହେରାଙ୍କୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଗଣେଶ ପାତ୍ର, ଅବନୀ ପଟ୍ଟନାୟକ, ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ସଚିବାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମ·ରୀମାନେ ବିଦାୟୀ ଅଧିକାରୀ ଶ୍ରୀ ପାଢ଼ୀଙ୍କର କାର୍ଯ୍ୟଶୈଳୀ, ଟିମ୍ରେ କାର୍ଯ୍ୟ କରିବାର କୌଶଳ, ସଚ୍ଚୋଟତା ଏବଂ ନିରପେକ୍ଷ ନିଷ୍ପତି ଆଦିର ଭୁୟସି ପ୍ରଶଂସା କରିଥିଲେ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସାଂସ୍କୃତିକ ସଂଘର ସାଂସ୍କୃତିକ ସଂପାଦକ ନିରଞ୍ଜନ ରଣା ବିଦାୟକାଳୀନ ସଭାର ସଂଯୋଜନା କରିଥିଲେ ।