
ଭୁବନେଶ୍ୱର, ଆଜି ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ,
ପ୍ରଦୂଷଣ ବିଶ୍ୱ ପାଇଁ ଏକ ଆହ୍ୱାନ, ଯାହାକି ମନୁଷ୍ୟ ଜୀବନ ଏବଂ ଗ୍ରହର ଇକୋସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିଥାଏ । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସରେ, ଆସନ୍ତୁ ଆମର ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା, ଏବଂ ଅଧିକ ଗଛ ଲଗାଇବା ପାଇଁ ଆମର ସଂକଳ୍ପକୁ ଆଗକୁ ବଢାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।