ଦାନ୍ତେୱାଡା,ଦାନ୍ତେୱାଡାରେ ଆଇଇଡି ବିସ୍ଫୋରଣରେ ଦୁଇଜଣ ଯବାନ ଆହତ ହୋଇଛନ୍ତି । ମାଓବାଦୀମାନେ ଡିସେମ୍ବର 2ରୁ 8ତାରିଖ ଯାଏ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ । ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ବାରସୁର-ପଲ୍ଲୀ ରାସ୍ତାରେ ବାରସୁର ସାତଧାର ପୋଲ ଆଗରେ ନକ୍ସଲମାନେ ଆଇଇଡି ଖଞ୍ଜିଥିବା ବେଳେ 2ଜଣ ଯବାନ ଏଥିରେ ଫସିବା ଯୋଗୁ ଆହତ ହୋଇଛନ୍ତି । ଦୁଇ ଯବାନ ହେଲେ ଏଚ.ମନିକଣ୍ଡନ ଏବଂ ଅଜୟ ସଲାମ । ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Related Stories
November 23, 2024