ନୂଆଦିଲ୍ଲୀ, ଡିସେମ୍ବର 4ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଦିଲ୍ଲୀରେ ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକରେ ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛି ବହୁଜନ ସମାଜପାର୍ଟି ।
ଏନେଇ ବସପା ମୁଖ୍ୟ ମାୟାବତୀ ଏକ୍ସରେ ଲେଖିଛନ୍ତି ଯେ, ଆସନ୍ତା 4ରେ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଶନିବାର ସର୍ବଦଳୀୟ ବୈଠକରେ ବହୁଜନ ସମାଜପାର୍ଟି ପକ୍ଷରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରାଯାଇଛି । ସେ କହିଛନ୍ତି ଏବେ ଦେଶର କୋଣ ଅନୁକୋଣରେ ଏହି ଦାବି ଉଠୁଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବିଳମ୍ବେ ସକରାତ୍ମକ ପଦକ୍ଷେପ ଉଠାଇବା ଉଚିତ ।