କନ୍ଧମାଳ– ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ୍ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରିସାହିରେ ଥିବା କନ୍ଧମାଳ ଜିଏନଏମ୍ କଲେଜରେ ଏହି ଦିବସକୁ ପାଳନ କରାଯାଇଛି। ସକାଳୁ ଅନୁଷ୍ଠାନର ସମସ୍ତ ୨ ଶହ ଛାତ୍ରଛାତ୍ରୀ ଏଡସ୍ ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ଥିଲେ। ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅନୁଷ୍ଠାନର କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ଏଡସ୍ ସଚେତନତା ବାର୍ତ୍ତା ପ୍ରସାରିତ କରିଥିଲେ। ଏହି ଶୋଭାଯାତ୍ରା ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରିସାହି, ଜାଲଙ୍ଗାପଦର, କରଡ଼ାକୁମ୍ପା ଏବଂ ସମଗ୍ର ପିରିକୁଡି ଗାଁ ରେ ଏଡସ୍ ସଚେତନତା ବାର୍ତ୍ତା ପ୍ରଚାରିତ କରିଥିଲେ।
ଏହି ଅବସରରେ କଲେଜର ପ୍ରିନ୍ସିପାଲ ସଙ୍ଘମିତ୍ରା ସିଂ, ଅଧ୍ୟାପିକା ସୁଭଶ୍ରୀ ପାତ୍ର, ବନ୍ଦନା ଦିଗାଲ, ରଶ୍ମିତା ଜେନା,ଡି. ସଚିନ ଏବଂ ଅନ୍ୟ କର୍ମକର୍ତାମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହେବା ସହ ସମସ୍ତ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ପରେ କଲେଜରେ ଛାତ୍ରଛାତୀ ମାନଙ୍କ ମଧ୍ୟରେ ଏଡସ୍ ସଚେତନତା ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।