ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୬ତମ କଳାହାଣ୍ଡି ଉତ୍ସବଘୁମୁରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନ୍ଵେଷା ରେଡିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ନଗରପାଳସଂଯୁକ୍ତା ବେହେରା, ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ। ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ବୁଦ୍ଧିଜିବୀ ମାନେ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ଅନ୍ବେଷା ରେଡି ନିଶ୍ଚିତ ଭାବରେ ଦିଆଯିବ ବୋଲି ମନ୍ତବ୍ୟ ଦେଇଥିଲେ।
ପ୍ରତ୍ଯକ ବର୍ଷ ଭଳି ଲାଲ ବାହାଦୁର ଷ୍ଟାଡିୟମରେ ଅନୁଷ୍ଠିତ ହେବା ପାଇଁ ସୁରକ୍ଷା କେମିତି କଡାକଡି କାରାଯିବ ସେ ବିଷୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିଳାଷ ଜି ଟ୍ରାଫିକ ସମସ୍ୟା ଓ ଲୋକମାନେ କେମିତ ସୁରକ୍ଷିତ ଓ ସୁନ୍ଦର ଭାବରେ ଉତ୍ସବ ପାଳନ କରିବେ ସେ ବିଷୟରେ ମନ୍ତବ୍ୟ ଦେଇଥିଲେ। ଜନସାଧାରଣଙ୍କ ସୁବିଧାକୁ ଦେଖି ସମସ୍ତ ସୁବ୍ୟବସ୍ଥା କରିବାର ଯୋଜନା କରାଯାଇ କଳାହାଣ୍ଡି ର ସଂସ୍କୃତି ପରମ୍ପରାକୁ ଉପସ୍ଥାପନା କରି ସମସ୍ତେ ସୁରକ୍ଷାରେ କଳାହାଣ୍ଡି ଉତ୍ସବ ଉପଭୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ।