ଭୁବନେଶ୍ୱର– କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି । ଏହି ଅବସରରେ ଦଲର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଶ୍ରୀ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ୍ ପାର୍ଟିରେ ଯୋଗ ଦେଇଥିଲେ । କୋରାପୁଟରୁ ବିଜେଡି ଟିକେଟରେ ସେ ସାଂସଦ ନିର୍ବଚିତ ହୋଇଥିଲୋ ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ି କଂଗ୍ରେସର ସପ୍ତଗିରି ଉଲାକାଙ୍କ ଠାରୁ ପରାସ୍ତ ହୋଇଥିଲେ ।