କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡ଼ିଶା ସରକାର ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବାରମ୍ବାର କୁଠାରଘାତ କରୁଛନ୍ତି । ଗତ ଅକ୍ଟୋବର ମାସ ୧୬ ତାରିଖ ରାଜ୍ୟ କଂଗ୍ରେସ ତରଫରୁ ଏକ ବିରାଟ ଜନଆନ୍ଦୋଳନ ଶରଧା ବାଲି ଠାରୁ ବାହାରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଏହି ଦାବି ସମୁହକୁ ଗ୍ରହଣ କରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୋଣହୀ ଜମିକୁ ଏବଂ ଚାଷୀମାନଙ୍କ ଚାଷ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବାପାଇଁ ମହଲତ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମତାନ୍ଧ, ଅହଂକାରୀ ସରକାର କଂଗ୍ରେସର ଦାବିକୁ ଗ୍ରହଣ କଲା ନାହିଁ ।
ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲାପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । କ୍ଷୋଭ ଓ କୋହଭରା କଣ୍ଠରେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ ନକରି ଫେରିଯାଉଛନ୍ତି । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଏକ ବଡ଼ କୁଠାରଘାତ । ଏ ସରକାର କାହାର ସ୍ୱାର୍ଥ ପୂରଣ କରିବାପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ାହୋଇଛନ୍ତି । ପ୍ରବିତ୍ର ଧର୍ମ ମାସରେ ଭକ୍ତମାନଙ୍କୁ ଶ୍ରୀ ମନ୍ଦିରକୁ ଅନାୟଶରେ ପ୍ରବେଶ ଓ ପ୍ରସ୍ତାନ ପାଇଁ ଦାୟୀତ୍ୱ ନିର୍ବାହ କରିବା ପରିବର୍ତେ ଦ୍ୱାର ବନ୍ଦ କରି ରଖିବା ଏହା ଜଗନ୍ନାଥ ସଂସ୍କୃତି ବିରୋଧି । ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପକଳ୍ପକୁ ଆଜକୁ ପାଖାପାଖି ୩ ବର୍ଷ ରୁ ଅଧିକ ସମୟ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗତ ୯ ତାରିଖ ଗୁରୁବାର ଦିନ ଶ୍ରୀମନ୍ଦିର ସମ୍ମୁଖରେ ଉପରୋକ୍ତ ଦାବିକୁ ସରକାର ଗ୍ରହଣ କରିବା ପାଇଁ ଦିନ ୯ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ଯେହେତୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଥିଲା ଯେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ, ସେହି କ୍ରମରେ ଏ କଳାପାହାଡ଼ ରୁପି ରାଜ୍ଯ ସରକାର ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଏବଂ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହେଇ ଏକ ଶୋଭାଯାତ୍ରାରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରାଯାଇ ଥିଲା। ଯଦି ଏହି ଆନ୍ଦୋଳନ ପରେ ସରକାର ଏହି ୬ ଗୋଟି ଦାବିର ସମାଧାନ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ । ଓଡ଼ିଶା, ଭାରତ ଏବଂ ବିଶ୍ୱର ଜନତା ଜଗନ୍ନାଥଙ୍କ ପାଖକୁ ନିଜର ଗୁହାରୀ ଶୁଣାଇବାକୁ ଆସୁଛନ୍ତି । ମାତ୍ର ନବୀନ ସରକାର ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି ।ନିକଟରେ ଦର୍ଶନ ପାଇଁ ଆସି ଘଂଟା ଘଂଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆଘାତ ହୋଇଛନ୍ତି । ଭକ୍ତଙ୍କ ଗୋଡ଼ ଭାଙ୍ଗିଯାଇଛି । ଅନେକ ଭକ୍ତ ମୂର୍ଚ୍ଛା ହୋଇପଡ଼ୁଛନ୍ତି । ଯାହାର ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ୁନାହିଁ । ୪ ଧାମ ମଧ୍ୟରେ ଜଗନ୍ନାଥ ମନ୍ଦିର ଏକ ଶ୍ରେଷ୍ଠ ଧାମ । ଜଗନ୍ନାଥଙ୍କ ଭକ୍ତମାନେ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାନ୍ତି ମାତ୍ର ସ୍ୱେଚ୍ଛାଚାରୀ ନବୀନ ସରକାର ନିଜ ଅହଂକାରରେ ଅଟଳ ଅଛନ୍ତି । କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ ଆନ୍ଦୋଳନ ଜାରି ରହିବ ।
କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ୍ ପ୍ରଭାରୀ ଡ଼ ଏ ଚେଲାକୁମାର, ପି ସି ସି ସଭାପତି ଶରତ ପଟ୍ଟନାୟକ ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନିପତି, ରମେଶ ଜେନା, ଭୁଜବଳ ମାଝୀ ପୂର୍ବତନ ମନ୍ତ୍ରୀ ପ୍ରାସାଦ ହରିଚନ୍ଦନ,ଗଣେଶ୍ଵର ବେହେରା, ଜୟଦେବ ଜେନା , ବିଜୟଲକ୍ଷ୍ମୀ ଦାସ, ଅଂଶୁମାନ ମହାନ୍ତି, ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟରାମ ପଟ୍ଟନାୟକ, ସୁଜିତ୍ ମହାପାତ୍ର,ରାଜେଶ ମିଶ୍ର,ବିନାୟକ ଦାସ ମହାପାତ୍ର, ବିଶ୍ଵକେଶନ ହରିଚନ୍ଦନ ପି ସି ସି ସମ୍ପାଦକ ବିଶ୍ୱନାଥ ଦାସ ନିରଞ୍ଜନ ରଥ ପୁରୀ ନଗର କଂଗ୍ରେସ (କ) ସଭାପତି ଛବିନ୍ଦ୍ର ପଢ଼ିଆରି, (ଖ) ଅମରେନ୍ଦ୍ର ପାଇକରାୟ, ସଦର ବ୍ଲକ ସଭାପତି ରାମଚନ୍ଦ୍ର ସାହୁ, ଜିଲ୍ଲା ଲିଗାଲ ସେଲ ସଭାପତି କାଳି ପ୍ରାସାଦ ନାୟକ, ବିଦୁଲତା ଆଚାର୍ଯ୍ୟ, ସୁକାନ୍ତ ପ୍ରଧାନ, ପ୍ରେମଜୀତ ମହାନ୍ତି, ଚେତନ ମିଶ୍ର,ରଜତ ସାହୁ, ବିଶ୍ବରଂଜନ ମହାପାତ୍ର, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ,ଉମାକାନ୍ତ ବେହେରା , ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର ଜିଲ୍ଲା ମୁଖପତ୍ର ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।