ଜୟପୁର, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ରହିଥିବା ବିଭିନ୍ନ ପଞ୍ଚାୟତରେ ଯଥା ଚନାବାଡ,ଗାଦିଆଗୁଡାର ଦୁଇଟି ଖଜରିପୁଟ ଓ ପାଇକପୁକି, ଏମାଲକାନଗିରି, ଲୁଲ୍ଲା ଏବଂ ନନ୍ଦିଗାଁ ପ୍ରମୁଖ ସ୍ଥାନରେ ନୂଆ ମୋବାଇଲ ଟାଓ୍ବାର ଉଦ୍ ଘାଟନ କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ଏହା ସହିତ ବ୍ଲକରେ ବିକାଶ ନାମରେ ହୋଇଥିବା ଟଙ୍କା ଖର୍ଚ୍ଚର ତର୍ଜମା ସହ ଦୁର୍ନୀତିଗୁଡିକର ଅନୁଧ୍ୟାନ କରଯିବ ବୋଲି ସାଂସଦ କହିଛନ୍ତି । ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା, ଗିର୍ଲିଗୁମ୍ମାରେ ଥିବା ମେଡିକାଲରେ ଯଥେଷ୍ଟ ଔଷଧ ନଦେବା ପ୍ରମୁଖ ଅଭିଯୋଗ ଆଣିଥିଲେ ସ୍ଥାନୀୟ ସମିତି ସଭ୍ୟ ଦୁଃଖୁ ବେନ୍ୟା।
ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର ହୁଇକା, ସ୍ଥାନୀୟ ବିଡ଼ିଓ ମିଲନ କୁମାର ଝାଙ୍କର, ଜୋନ୍ -୧ର ଜିଲ୍ଲା ପରିଷଦ ଲଲିତା ଜାନୀ, ଜୋନ୍ -୨ର ଜିଲ୍ଲା ପରିଷଦ ଧନପତି ସାଉନ୍ତା , ଲକ୍ଷ୍ମୀପୁର ଏମ୍ ପି ପ୍ରତିନିଧି ପବିତ୍ର ସାଉନ୍ତା, ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା, ୟୁଥ୍ ବ୍ଲକ ସଭାପତି ପଙ୍କଜ ବାଘ, ବ୍ଲକ ସଭାପତି ବେଣୁଧର ପାତ୍ର, ବ୍ଲକ ସମ୍ପାଦକ ମୋହନ ପାତ୍ର ହିଆଲ, ମନୋଜ ଖରା,ସରକାରୀ କର୍ମଚାରୀ, ଆଇଆଇସି ସୁକୁମା ହାଁସଦା ସହ କର୍ମଚାରୀଗଣ ଏବଂ ବିଭିନ୍ନ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।