ମାଲକାନଗିରି– ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ମିଳିତ ଅନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଏହି ଅବସରରେ ସମସ୍ତଙ୍କୁ ଆଜିର ଦିବସରେ ସଂକଳ୍ପ ନେବା ପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରଫୁଲ୍ଲ କୁମାର ନନ୍ଦ ସବୁଜ ପତାକା ଦେଖାଇ ଉଦଘାଟନ କରିବା ସହିତ ଏଡ଼ସ ର ପ୍ରତିକାର ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡ଼ଃ. ଧନେଶ୍ଵର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହାମାରୀ ବିଶେଷଜ୍ଞ ଡ଼ଃ. ଦୁର୍ଗା ପ୍ରସାଦ ରାଜ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଏଡ଼ସ କୁ କିପରି ମୂଳଉତ୍ପାଟନ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରେଡ ରିବନ କ୍ଲବ ସଂଯୋଜକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଆୟୋଜନ କରିବା ସହିତ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ। ସ୍ଥାନୀୟ ନୂଆଗୁଡା ଠାରେ ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗ୍ରାମ ମଧ୍ୟରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମେୟ କୁମାର ମହାନ୍ତି, ଶୁଶାନ୍ତ କୁମାର ମାଝୀ, ଗୌତ୍ତମ ନାୟକ, ଆରତୀ ଲୁଗୁନୁ, ଦୀପ୍ତିରେଖା ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଜଣା ଅଜଣା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହି ଅବସରରେ ସମସ୍ତେ ଶପଥ ପାଠ କରିଥିଲେ। ଅଧ୍ୟାପକ ଵି. ଗୁପ୍ତେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଆୟୋଜନରେ ଓଡିଶା ସରକାର ଏଡସ ନିୟନ୍ତ୍ରଣ ସୋସାଇଟି ସହାୟତା କରିଥିବା ବେଳେ ଭାରତ ରେଡ଼କ୍ରସ ସୋସାଇଟି ସାହାଯ୍ୟ କରିଥିଲେ।