
ସୁବର୍ଣ୍ଣପୁର– ଜିଲ୍ଲାରେ ଦୁର୍ଘଟଣାଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଠାରେ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ସପ୍ତାହ ବ୍ୟାପୀ ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକର ବିଭିନ୍ନ ଗ୍ରାମ ତଥା ସହର ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବ। ତତସଂଗେ ସଂଗେ ଲୋକମାନଙ୍କୁ ଟ୍ରାଫିକ ସମ୍ବନ୍ଧୀୟ ନିୟମର ପ୍ରଚାର ପତ୍ରିକା ବଣ୍ଟନ କରାଯିବ।
ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଶଳ ଆବାସିକ ବିଦ୍ୟାଳୟ ସୋନପୁରର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା ରଥ ଓ ଶୋଭାଯାତ୍ରାକୁ ସହର ପରିକ୍ରମା କରାଇଥିଲେ। ତା ୧ ଡିସେମ୍ବରରୁ ୭ ଡିସେମ୍ବର ମଧ୍ୟରେ ଜିଲ୍ଲାରେ ଦୁର୍ଘଟଣାଜନିତ ଶୂନ୍ୟମୃତ୍ୟୁ ପାଇଁ ସମସ୍ତ ଜିଲ୍ଲାବାସୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି। ତତ ସହ ଏହି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭାଗୀୟ ଦାୟିତ୍ଵର ସୁ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁରଙ୍କୁ ପରାମର୍ଶ ଦେଇଛନ୍ତି।