ଭୁବନେଶ୍ୱର– ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସାଧାରଣତଃ ଡିସେମ୍ବର ମାସରେ ଶୀତ ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ଏଭଳି ସ୍ଥିତି ନାହିଁ । ରାତ୍ରି ତାପମାତ୍ରା ମଡଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏଥର ରାଜ୍ୟରେ ଶୀତ ଋତୁରେ ସର୍ବନିମ୍ନ ବା ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି । ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଶୀତର ପ୍ରକୋପ କମ ରହିବା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।