ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଭିଣୋଇଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟରରେ ଲେଖିଛନ୍ତି, ” ମୁଁ ମୋର ଭିଣୋଇ ସୋନି ମେହେଟ୍ଟାଙ୍କର ପରଲୋକରେ ଗଭୀର ମର୍ମାହତ । ସେ ବିଶ୍ୱର ଅନ୍ୟତମ ଶ୍ରେÂ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେହେଟ୍ଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତାରେ ଲେଖିଛନ୍ତି ।
ସୋନି ମେହଟ୍ଟାଙ୍କ ପ୍ରକୃତ ନାଁ ଅଜୟ ସିଂହ ମେହଟ୍ଟା । ସେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଲଫ୍ରେଡ୍ ଏ. ନଫ୍ (ଇକ୍ଷଲrରୟ ଇ. କଦ୍ଭକ୍ଟକ୍ଟ୍ରଲ)ର ମୁଖ୍ୟ ସଂପାଦକ ଥିଲେ । ତା’ସହିତ ସେ ନଫ୍ ଡବଲଡେ ପବ୍ଲିଶିଂ ଗ୍ରୁପ୍ (କଦ୍ଭକ୍ଟକ୍ଟ୍ରଲ ଊକ୍ଟଙ୍କଭକ୍ଷରୟବଚ୍ଚ ଚଙ୍କଭକ୍ଷସଗ୍ଦଷସଦ୍ଭଶ ଏrକ୍ଟଙ୍କକ୍ଟ୍ର)ର ଚେୟାରମ୍ୟାନ୍ ଥିଲେ ।
ସୋନିଙ୍କ ବାପା ଅମରିକ୍ ସିଂହ ମେହଟ୍ଟା ଜଣେ କୁଟନୀତିଜ୍ଞ ଥିଲେ । ଭାରତ ସ୍ୱାଧୀନ ହେବା ପରେ ଯେଉଁ କେତେ ଜଣ କୁଟନୀତିଜ୍ଞ ଭାବେ ନିଯୁକ୍ତି ପାଇଥିଲେ ସେମାନଙ୍କ ଭିତରେ ତାଙ୍କ ବାପା ଥିଲେ । ତେଣୁ ସୋନି ପିଲା ବେଳୁ ବିଶ୍ୱର ବିଭିନ୍ନ ସ୍ଥାନରେ ବଢିଥିଲେ । ୧୯୬୫ ମସିହାରେ ସେ ପୁସ୍ତକ ପ୍ରକାଶନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ସେ ଆଲଫ୍ରେଡ୍ ଏ. ନଫ୍ ର ସଭାପତି ଓ ମୁଖ୍ୟ ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ