ଧର୍ମଶାଳା– ଯାଜପୁର ଜିଲାରେ ସରକାରୀ ଜମି ଦଖଲ ମାଫିଆମାନଙ୍କ ହାତରେ । ଯାହାକୁ ରୋକିବାରେ ଜିଲା ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ତହସିଲ ନାକପୋଲ ଆରଆଇ ସର୍କଲ ଅଧିନରେ ଥିବା ଦେଉଳିପାଳ ମୌଜା ନିକଟରେ ।
ଏହି ମୌଜା ନିକଟରେ ରହିଛି ଆଦର୍ଶ ବିଦ୍ୟାଳୟ । ଏହାର କଡରେ ଅନାବାଦୀ ଜମିକୁ କେହି ମାଫିଆ ଏହି ସରକାରୀ ଜମିରେ ତାର ବାଡ ବୁଲାଇ ପାଚେରୀ ନିର୍ମାଣ କରୁଛି । ଯାହାକି ଧର୍ମଶାଳା ତହସିଲଦାରଙ୍କ ନଜରରେ ନ ପଡିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମାଫିଆ ଜଣକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାଧାରଣ ଲୋକେ ଅଭିଯୋଗ କରିବାକୁ ଭୟ କରୁଛନ୍ତି । ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।