ପୁଞ୍ଛ, ବରଫପାତ ଯୋଗୁ ଐତିହାସିକ ମୋଗଲ ରୋଡରେ ଯାତାୟତ ବନ୍ଦ କରି ଦିଆଯାଇଛି । ଏହାସହିତ ଶ୍ରୀନଗର- ସୋନମାର୍ଗ-ଗୁମରୀ ରୋଡରେ ମଧ୍ୟ ବରଫପାତ ଯୋଗୁ ବନ୍ଦ ରହିଛି ଯାତାୟତ ।
କଶ୍ମୀରର ସୋପିୟାଂ ଓ ଜମ୍ମୁର ରାଜୌରୀ ଓ ପୁଞ୍ଛ ଜିଲ୍ଲାକୁ ଯୋଡୁଥିବା ମୋଗଲ ରୋଡରେ ବରଫପାତ ଯୋଗୁ ଏହାକୁ ବନ୍ଦ ରଖାଯାଇଥିବା ଟ୍ରାଫିକ ପୋଲିସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏସଏସଜି ରୋଡ ଉପରେ ବରଫ ଜମା ହେବା କାରଣରୁ ଯାତାୟତ ବନ୍ଦ ରହିଛି । ବରଫ ହଟାଇବା କାମ ସରିବା ପରେ ଏହାରେ ପୁନଃ ଯାତାୟତ ସ୍ୱାଭାବିକ ହେବ ।