-
ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି , ବିଭିନ୍ନ ସମସ୍ୟା ଉପରେ ଆଲୋଚନା
ଭୁବନେଶ୍ୱର– ରାଜଭବନରେ ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ବୃଦ୍ଧି କିଭଳି ହୋଇପାରିବ, କ୍ୟାମ୍ପସରେ ଶୈକ୍ଷିକ ବତାବତରଣ ବଜାୟ ରହିବ ଏ ସବୁ ଉପରେ ଆଲୋଚନା ହୋଇଛି । ରାଜ୍ୟର ଯେତିକି ଆଡ଼ମିନିଷ୍ଟ୍ରେଟିଭ ବିଭାଗ ଅଛି ଯାହା ଅଧୀନରେ ଯେମିତି କୃଷି ବିଭାଗ ଅଧୀନରେ ୭ଟି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ମଧ୍ୟ ଏ ଆଲୋଚନା ରେ ଭାଗ ନେଇଥିଲେ । ବିଶ୍ୱ ବିଦ୍ୟାଳୟର ସମସ୍ୟା ଯେମିତିକି ଷ୍ଟାଫ ସଂଖ୍ୟା ବୃଦ୍ଧି, ଭିତିଭୂମି ବୃଦ୍ଧି ହେବ, ତାହା ଉପରେ ମଧ୍ୟ ଆଜି ଆଲୋଚନା ହୋଇଛି । ଓଡ଼ିଶାର ବିଶ୍ୱ ବିଦ୍ୟାଳୟ ଗୁଡିକ କିଭଳି ବିଶ୍ୱ ସ୍ତରରେ ନାଁ କମେଇପାରିବ ତାହା ଉପରେ ଫୋକସ କରିବା ପାଇଁ ମାର୍ଗଦର୍ଶନ କରିଛନ୍ତି କୁଳାଧିପତି ।
ବୈଠକ ପରେ ପ୍ରଫେସର ଓୟୁଏଟି କୁଳପତି ପ୍ରଭାତ ରାଉଳ କହିଛନ୍ତି ଆଜି ପ୍ରଥମ ସାକ୍ଷାତକାର କୁଳାଧିପତିଙ୍କ ସହ ହୋଇଛି । ୫ଟି ବିଷୟରେ ଆଲୋଚନା ହୋଇଛି । ଏନଇପି ୨୦୨୦ର ଲାଗୁ କେମିତି ହୋଇଛି, ପରୀକ୍ଷା ପରିଚାଳନା କିଭଳି ହେଉଛି,ରିସର୍ଚ୍ଚ ଉପରେ ବିଶ୍ୱ ବିଦ୍ୟାଳୟର ସ୍ଥିତି କିଭଳି ରହିଛି ଏଭଳି ସବୁ ଉପରେ ଆଲୋଚନା ହୋଇଛି । ଏନଇପିକୁ ଗୁରୁତ୍ୱ ଦିଆଯିବା ସହ କିଛି ଓଡିଶା କଲଚର ଉପରେ ଭ୍ୟାଲୁ ଆଡ଼ କୋର୍ସ କରିବା ପାଇଁ ମଧ୍ୟ କହିଛନ୍ତି କୁଳାଧିପତି ।
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି କୁଳାଧିପତି ଆଜି ପ୍ରଥମ ପ୍ରାଧାନ୍ୟ ଦେଇଛନ୍ତି ଜାତୀୟ ଶିକ୍ଷାନୀତି ଉପରେ । ତାକୁ ଲାଗୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ସବୁ କାମ ଇ ଅଫିସ ମାଧ୍ୟମରେ କରାଯାଉ । ପିଲାଙ୍କର ପରୀକ୍ଷା ଓ ଫଳ ପ୍ରକାଶ ଠିକ୍ ସମୟରେ ହେଉ । ନାକ୍ ରେ ପିଲାଙ୍କର ପ୍ରଦର୍ଶନ କେମିତି ବହୁତ ଭଲ ରହିବ ତାହା ଉପରେ ଆଲୋଚନା ହୋଇଛି ।
ଏଫ.ଏମ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ରାଜ୍ୟ ସରକାର ପ୍ରତି ବିଶ୍ୱ ବିଦ୍ୟାଳୟ ସ୍ତରରେ ଓପିଏସସି ଓ ୟୁପିଏସସି ପାଠ ପଢେଇବାକୁ ନିର୍ଦେଶ ଦେଇଛନ୍ତି । ତାହା କରାଯାଇପାରିବ । ଜାତୀୟ ଶିକ୍ଷାନୀତି ଲାଗୁ ହେଲେ ଏହା ସ୍ୱାଭାବିକ ହୋଇଯିବ ଏଥିରେ କୌଣସି ଅସୁବିଧା ନାହିଁ ।