ବଲାଙ୍ଗୀର-ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ,ମଞ୍ଚ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା,କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ। ଗୋଷ୍ଟି ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ,ଏବିଇଓ ଅଜିତ କୁମାର ମିଶ୍ର,ସି ଡି ପି ଓ ସୁକାନ୍ତି ବେହେରା,ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ମମତାମୟୀ ଦାସ, ସ୍ନେହଲତା ସାହୁ, ଶିଶୁ ମଙ୍ଗଳ ସମିତି ର ପୂର୍ବତନ ସଦସ୍ୟ ନନ୍ଦି କିଶୋର ଷ।ଣ୍ଢ, ସଦସ୍ୟା ଲୀନା ବାବୁ, ଏସ ଲତ।ଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଆଲୋକପାତ କରିଥିବା ବେଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୃଷ୍ଠପୋଷକତା ସହାୟତା ରାଶି, ଫୋଷ୍ଟର୍ କେୟାର ମିଶନ୍ ବାତ୍ସଲ୍ୟ , ଜିପିଡିପି ର ବାର୍ଷିକ ଯୋଜନା ରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । ସେହିପରି ଆଶୀର୍ବାଦ, ସୁକନ୍ୟା, ବେଟି ବାଚାଓ ବେଟି ପଢାଓ ଯୋଜନା ଉପରେ ଅତିଥି ମାନେ ବୁଝାଇ ଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନା ର ଲଗୋ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଦେଓଗାଁ ବ୍ଳକ ର ଅଙ୍ଗନୱାଡ଼ି କର୍ମୀ,ସୁପର ଭାଇଯର୍,ବ୍ଳକ କର୍ମଚାରୀ ଉପସ୍ଥିତ ଥିବା ବେଳେ ସୁରେଶ କୁମାର ମହ।କୁର, ଠାକୁର ଭୋଇ, ରାମନାଥ ସାଏ , ସ।ନନ୍ଦ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅରୁଣା ର ଜିଲ୍ଲା ପରାମର୍ଶ ଦାତା ଶ୍ରୀ ପ୍ରମୋଦ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ୍ କରିଥିଲେ।
Related Stories
December 22, 2024