ମାଲକାନଗିରି-ମାଲକାନଗିରି ଜିଲ୍ଲାରେ ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ସନ୍ତ୍ରାସ ନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଥି ନିମନ୍ତେ ୨୨ ନଭେମ୍ବରରେ ଏକ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତଦନୁଯାୟୀ ଶ୍ରୀ ପଣ୍ଡା ୨୭ ନଭେମ୍ବରରେ ନିଜ କାର୍ଯ୍ୟ ରେ ଯୋଗ ଦେଇଛନ୍ତି।ଏହାପୂର୍ବରୁ ସେ ବରଗଡ଼ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଭାବେ ସାତ ମାସ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ଜଣାଇଛନ୍ତି।/