-
୦୧.୧୨.୨୦୨୩ ରୁ ୦୭.୧୨.୨୦୨୩ ପର୍ଯ୍ୟନ୍ତ :
ସୁବର୍ଣ୍ଣପୁର ,ପରିବହନ ସଚିବ, ଭୁବନେଶ୍ୱର, ଓଡିଶା ଙ୍କ ପତ୍ର ସଂଖ୍ୟା ୧୩୫୩୧ , ତା ୨୨.୧୧.୨୦୧୩ ରିଖ ସମଗ୍ର ରାଜ୍ୟ ତଥା ଆମ ଜିଲ୍ଲା ସୁବର୍ଣ୍ଣପୁର ରେ ଆସନ୍ତା ଡ଼ିସେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଜିଲ୍ଲା ରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ କରାଯିବ. ଏହି ଅବସରରେ ଜିଲ୍ଲା ର ସମସ୍ତ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କୁ ଜିଲ୍ଲାପ୍ରଶାସନ ତଥା ପରିବହନ ବିଭାଗ ତରଫରୁ ଗାଡି ଚାଳନା ସମୟରେ ସଡକ ସୁରକ୍ଷା ନିମନ୍ତେ ବ୍ୟବସ୍ଥିତ ନିୟମ ର ନିଶ୍ଚିତ ପାଳନ କରିବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଉଛି l ସୂଚନା ମୁତାବକ ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧.୫୦ ଲକ୍ଷ ଥିବା ବେଳେ ଆମ ରାଜ୍ୟ ଓଡିଶା ରେ ବର୍ଷ କୁ ୫୦୦୦ ଲୋକଙ୍କର ପ୍ରାଣହାନୀ ଘଟୁଛି। ଏହି ମୃତ୍ୟୁହାରକୁ କିପରି ହ୍ରାସ କରାଯାଇ ପାଇବ ତାହା ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦବେଗ ବିଷୟ ହୋଇଛି । ଗତ ଏପ୍ରିଲ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସରକାର ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରି ମୃତ୍ୟୁହାର ୪୦% ରୁ ୨୮.୬% କୁ ହ୍ରାସ କରିବାରେ ସଫଳ ହୋଇଛନ୍ତି l
ଏଣୁ ସମସ୍ତ ଜନସାଧାରଣ,ଗାଡି ମାଲିକ ଓ ଅନ୍ୟାନ୍ୟ ସ୍ବେଛାସେବୀ ଅନୁଷ୍ଠାନଙ୍କୁ ଗାଡି ଚଳା ଚଳ ସମୟରେ ନିୟମର କଡାକଡି ଅନୁପାଳନ ପୂର୍ବକ ଦୁଇ ଚକିଆ ଗାଡି ଚଲେଇବା ବେଳେ ନିଶ୍ଚିତ ହେଲମେଟ ପରିଧାନ ସହ ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ନ ଚଲାଇବାକୁ ପରାମର୍ଶ ଦିଆଯାଇଛି ନଚେତ ଧରା ପଡିଲେ ୫୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ।ସେହିପରି ମଦ୍ୟପାନ ବା ନିଶାସକ୍ତ ଅବସ୍ଥାରେ ଗାଡି ନ ଚଲାଇବାକୁ ଅନୁରୋଧ କରାଯାଇଥିବା ବେଳେ ନିଶାସକ୍ତ ଗାଡିଚାଳନରେ ଧରା ପଡିଲେ ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ। ପୁନଶ୍ଚ ମାଲବାହି ଗାଡି ରେ କୌଣସି ଯାତ୍ରୀଙ୍କୁ ନେଇ ଯାତ୍ରା ନ କରିବା, ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ିରେ ଧାର୍ଯ୍ୟ ଓଜନ ଠାରୁ ଅତ୍ୟଧିକ ମାଲ ପରିବହନ ନ କରିବା, ଭାରୀ ଓ ହାଲୁକା ଯାନ ଚଲେଇବା ବେଳେ ସିଟ ବେଲ୍ଟ ବ୍ୟବହାରକୁ ନିଶ୍ଚିତ କରିବା ସହିତ ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ନ ଚଳାଇବା,ଭୁଲ ଜାଗା ରେ ଗାଡି ପାର୍କିଙ୍ଗ ନ କରିବା କୁ ବାରଣ କରାଯାଇଛି l ଦୁଇ ଚକିଆ ଯାନରେ ଦୁଇ ଜଣ ରୁ ଅଧିକ ବସିବା ବାରଣ ରହିଥିବା ବେଳେ ଉଭୟ ଚାଳକ ଏବଂ ଆରୋହୀ ହେଲମେଟ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି l ସମସ୍ତ ଅଭିଭାବକ ମାନଙ୍କୁ ନିବେଦନ କରାଯାଉଛି ଯେ, ୧୮ ବର୍ଷ ରୁ କମ ବୟସ ର ପୁଅ ଓ ଝିଅ ମାନଙ୍କୁ ସ୍କୁଲ ଓ କଲେଜ ଯିବା ସମୟ ରେ ଗାଡି ଚଲେଇବା ପାଇଁ ଅନୁମତି ଦିଅନ୍ତୁ ନାହିଁ ନଚେତ ଜୁଭେନାଇଲ ନିୟମ ଅନୁଯାୟୀ ୨୫୦୦୦/- ଟଙ୍କା ଜୋରିମାନା ଓ ଗାଡି ଅଟକ ରଖିବା ସଙ୍ଗେ ଅଭିଭାବକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପରୋକ୍ତ ସମସ୍ତ ନିୟମ କୁ କଡାକଡି ଭାବରେ ପାଳନକରି ଆମ ଜିଲ୍ଲା ପାଇଁ ଏକ ସୁସ୍ଥ ସମାଜ ଗଠନ କରିବାରେ ନିଶ୍ଚିତ ସହାୟକ ହେବା ସଂଗେ ଅନେକ ଅମୁଲ୍ୟ ଜୀବନ କୁ ରକ୍ଷାକରି ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କୁ ସଫଳ କରିବାକୁ ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ, ସୁବର୍ଣ୍ଣପୁର ଶ୍ରୀ ବିମଳେନ୍ଦୁ ରାୟ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।