
ଧର୍ମଶାଳା– ଯାଜପୁର ଜିଲାରେ ଦିନକୁ ଦିନ ବେଆଇନ ମୋରମ ଚୋରା ଚାଲାଣ ବୃଦ୍ଧି ପାଉଛି । ଜିଲାର ଧର୍ମଶାଳା ବ୍ଲକ ଓ କଟକ ବନଖଣ୍ଡ ଅଧିନ ବୈରୀ ରେଞ୍ଜ ଚଣ୍ଡିଖୋଲ ଫରେଷ୍ଟ ଅଧିନରେ ଥବବା ଆରୁହା ପଂଚାୟତ ଭୁଣ୍ଡୁଗୁରିଆଠାରେ ଡୁବୁରୀ ପାହାଡ ଜଙ୍ଗଲରୁ ମାଫିଆମାନେ ଦିନ ରାତି ଏକ କରି ମେସିନ ଲଗାଇ ମୋରମ ଗୁଡିକୁ ଖୋଲି ଗାଡି ଦ୍ୱାରା ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି । ଫଳରେ ସରକାରୀ ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି । ଜିଲା ପ୍ରଶାସନ ଓ ଉଚ୍ଚ ପଦସ୍ଥ ଅଧିକାରୀ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।