ଭୁବନେଶ୍ୱର – କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ବରିଷ୍ଠ ନେତା ସୁନୀଲ ଓଝାଙ୍କ ଅସାମୟିକ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବିଜେପିର ବରିଷ୍ଠ ନେତା ତଥା ବିହାର ବିଜେପିର ସହ ପ୍ରଭାରୀ ତଥା ମୋର ବଡ ଭାଈ ସମାନ ସୁନୀଲ ଓଝାଙ୍କ ଅସାମୟିକ ବିୟୋଗରେ ମୁଁ ମର୍ମାହତ । ତାଙ୍କର ବିୟୋଗ ମୋର ବ୍ୟକ୍ତିଗତ କ୍ଷତି । ଉତ୍ତର ପ୍ରଦେଶ ନିର୍ବାଚନରେ ତାଙ୍କ ସହ ଖୁବ ନିକଟରୁ କାମ କରିବାର ସୁଯୋଗ ମିଳିଥିଲା । ସଂଗଠନର କର୍ମଠ ସେବକ ସୁନୀଲ ଓଝାଙ୍କ ଅଭାବ ବିଜେପିକୁ ଅନୁଭବ ହେବ । ଏହି ଶୋକର ସମୟରେ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିବା ସହ ତାଙ୍କର ପୁଣ୍ୟ ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦେବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।