ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 30 ତାରିଖ ପୂର୍ବାହ୍ନ 11ଟାରେ ଭିସି ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ମୁତାବକ, ଏହି ଅବସରରେ ପିଏମ ମୋଦି ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିବେ । ଏହା ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ପ୍ରଦାନ କରିବ, ଯାହାଦ୍ୱାରା ସେମାନେ ଏହି ଟେକ୍ନୋଲୋଜିର ବ୍ୟବହାର କରି ନିଜର ଜୀବିକା ବୃଦ୍ଧି କରିପାରିବେ । ଆଗାମୀ ତିନି ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 15ହଜାର ଡ୍ରୋନ ପ୍ରଦାନ କରଯିବ ।
କାର୍ଯ୍ୟକ୍ରମରେ ପିଏମ ମୋଦି ଏମ୍ସ, ଦେବଘରରେ ଐତିହାସିକ 10ହଜାର ଜନ ଔଷଧୀ କେନ୍ଦ୍ରର ଲୋକାର୍ପଣ କରିବେ । ଏହା ସହିତ ପିଏମ ମୋଦି ଦେଶରେ ଜନ ଔଷଧୀ କେନ୍ଦ୍ର ସଂଖ୍ୟା 10ହଜାରରୁ 25ହଜାର କରିବା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ ।