କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଟାଏକୋଣ୍ଡୋ ଉତ୍ତରାଖଣ୍ଡ ଓ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଚଳିତ ମାସ ଡ଼ିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ରାଜ୍ୟର ଦେହରାଡୁନସ୍ଥିତ ଖେଳ ଇଣ୍ଡିଆ ମଲଟିପରପୋଜ ସ୍ପୋର୍ଟସ କଂପ୍ଲେକ୍ସରେ ୩୭ ତମ ଜାତୀୟ ସବ-ଜୁନିଅର କିରୋଗୀ ଓ ୧୧ ତମ ପୁମସି ପ୍ରତିଯୋଗିତା ସହ ୬ ତମ ଜାତୟ କ୍ୟାଡେଟ କିରୋଗୀ ଓ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହବାକୁ ଯାଉଛି |
ଏହି ପ୍ରତିଯୋଗିତା କିରୋଗୀ ଓ ପୁମସି ଦୁଇଟି ଇଭେଣ୍ଟରେ ସବ-ଜୁନିଅର ଓ କ୍ୟାଡେଟ ବିଭାଗରେ ଅନୁଷ୍ଠିତ ହବ|
ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ସମୁଦାୟ ୫୩ ଜଣ ପ୍ରତିଯୋଗୀ ବାଳିକା ୨୫ ଜଣ ଓ ବାଳକ ୨୮ ଜଣ ଅଂଶଗ୍ରହଣ କରୁଛନ୍ତି |
ଜାତୀୟ ପ୍ରତିଯୋଗିତା ପରିଚାଳନା ପାଇଁ ଓଡିଶାରୁ ଜାତୀୟ ରେଫରୀ ଏହଶାସ ହୋତା, ଆର୍ଯ୍ୟନ ଚୌଧୁରୀ, ଶୁଭଶ୍ରୀ ପାଢ଼ୀ, ପାୟଲ ବଡ଼ଜେନା ମନୋନୀତ ହୋଇଛନ୍ତି|
ଓଡିଶା ଟିମର କୋଅର୍ଡିନେଟର ଆଲୋକ ଚୌଧୁରୀ ଓ ଟିମ ମୁଖ୍ୟ ଭାବେ ଓଟିଏ ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗୀ ସହ ଯାତ୍ରା କରୁଛନ୍ତି|
ଜାତୀୟ ପ୍ରତିଯୋଗିତାରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେବୋଲି ରାଜ୍ୟ ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଉପ ସଭାପତି ମନୋଜ କୁମାର ବାଦି ଜଣାଇଛନ୍ତି |