
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ହବିଷ୍ୟାଳୀ ମା ମାନଙ୍କର ଏକ ମାସର ରାଈଦାମୋଦର ଵ୍ରତ ବା କାର୍ତ୍ତିକ ହବିଷ ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ରେ ପରିସମାପ୍ତି ଘଟିଛି।ମା ମାନେ ନିଜ ନିଜ ଘରକୁ ଫେରି ଯାଉଛନ୍ତି।ଏକ ମାସ ର ବ୍ରତ ମଧ୍ୟରେ ସେମାନ ଙ୍କୁ ସୁବିଧା ରେ ରହଣି ବ୍ୟବସ୍ଥା, ବୃନ୍ଦାବତୀ ପୂଜା ବ୍ୟବସ୍ଥା, ମନ୍ଦିର ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ ସେବନ ବ୍ୟବସ୍ଥା, ଭଜନ, କିର୍ତ୍ତନ, ପ୍ରବଚନ ଇତ୍ୟାଦିର ବ୍ୟବସ୍ଥା, ସୁରକ୍ଷା, ଯାତାୟାତ ପାଇଁ ଗାଡି ବ୍ୟବସ୍ଥା,ଚିକିତ୍ସା ବ୍ୟବସ୍ଥା ଏକାଦଶୀ ରେ ଫଳ ଆହାର ବ୍ୟବସ୍ଥା ଇତ୍ୟାଦି କୁ ଶୃଙ୍ଖଳିତ ଭାବେ କରା ଯାଇଥିଲା।ଏହା ଯେପରି ବିନା ତୃଟି ରେ ସମାପନ ହେବ ସେଥିପାଇଁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକାଧିକ ଥର ବୈଠକ ହେବା ସହ ବରିଷ୍ଠ ଅଧିକାରୀ ମାନଙ୍କୁ ପରିଚାଳନା ଦାୟିତ୍ୱ ଦିଆ ଯାଇଥିଲା।ଶ୍ରୀମନ୍ଦିର ପ୍ରଶାସନ ର ଅଧିକାରୀ ଓ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସମସ୍ତ ବିଭାଗ ର ଅଧିକାରୀ, କର୍ମଚାରୀ,ସୁରକ୍ଷା ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ,କର୍ମଚାରୀ ସ୍ୱଛାସେବୀ, ଆଶା କର୍ମୀ,ଦାୟିତ୍ୱ ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ,କଳା ପରିବେଷଣ କରିଥିବା କଳାକାର ବୃନ୍ଦ,ସଫେଇ କର୍ମଚାରୀ ପ୍ରମୁଖଙ୍କ ସହଯୋଗ ରେ ଏହି ଆହ୍ୱାନ ପୂର୍ଣ୍ଣ କାର୍ଯ୍ୟ ସହଜ ଓ ଶୃଙ୍ଖଳିତ ହୋଇ ପାରିଥିଲା।ଏଥିପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ,ଏସପି ଡା କନୱର ବିଶାଲ ସିଂ ଓ ସମସ୍ତ ବରିଷ୍ଠ ଅଧିକାରୀ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।ସେହିପରି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟ ରେ ସହଯୋଗ କରିବା ସହ ଆଉ କଣ କରାଗଲେ ବ୍ୟବସ୍ଥା ଶୃଙ୍ଖଳିତ ହୋଇ ପାରିବ ସେଥି ପ୍ରତି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ତାହାକୁ ଉନ୍ନତ କରିଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ମଧ୍ୟ ସେମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ସର୍ଵୋପରି ୩ ହଜାରରୁ ଉର୍ଦ୍ଧ୍ବ ମା ମାନେ ଯେପରି ମାସ ସାରା ସମସ୍ତଙ୍କୁ ସହଯୋଗ କରିଛନ୍ତି ଓ ସେମାନଙ୍କ ବ୍ରତ ଓ ପୂଜା ମାଧ୍ୟମରେ ସମସ୍ତେ ଙ୍କ କଲ୍ୟାଣ ମଙ୍ଗଳ କାମନା କରିଛନ୍ତି ସେଥିପାଇଁ ମା ମାନଙ୍କୁ କୃତଜ୍ଞତା ଜଣା ଯାଇଛି।ଵ୍ରତ ଆରମ୍ଭ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ବ୍ରତ ଉଦଘାଟନ କରିବା ସହ ସମସ୍ତ ମା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ କାର୍ଯ୍ୟ କୁ ପ୍ରଶାସନ ଶୃଙ୍ଖଳିତ ଭାବେ କରିବାକୁ ନିର୍ଦ୍ଦେଶ ଓ ପ୍ରେରଣା ଦେଇଥିଲେ।ସେଥିପାଇଁ ଜିଲ୍ଲାପାଳ ଓ ଏସପି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ପୂର୍ବରୁ ସମସ୍ତ ହବିଷ୍ୟାଳୀ ମା ମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରେ ଗୋଟିଏ ଗୋଟିଏ ଶାଲ ଓ ମହାପ୍ରଭୁଙ୍କ ଶୁଖିଲା ଭୋଗ ପ୍ରଦାନ କରାଯାଇଥିଲା।ଲୋତକାପୂର୍ଣ୍ଣ ଆଖିରେ ମା ମାନେ ସରକାର, ପ୍ରଶାସନ ଓ ସ୍ୱଛାସେବୀ ମାନ ଙ୍କୁ ଆଶୀର୍ବାଦ ଦେଇ ସ୍ୱ ଗୃହ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।