କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ- ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ୮ତମ ପଞ୍ଚକ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣମୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କଳି ଯୁଗରେ ଭଗବାନଙ୍କ ସାନିଧ୍ୟ ପାଇଁ ଜୀବେ ଦୟା ଓ ନାମରେ ଭକ୍ତି ପାଳନ କରିବା ପାଇଁ ପ୍ରବକ୍ତା ମାନେ କହିଥିଲେ । ଏହା ସହ ହରି ନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା । ମୁଖ୍ଯ ଅତିଥି ଭାବେ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ତ୍ତିକ ପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜରାଜେଶ୍ଵରୀ ବେଶ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୀତିକାର ବଦ୍ରି ମିଶ୍ର ,ସଦରବ୍ଲକ ଚେୟାରମ୍ଯାନ ଦିବାକର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ସୁଧାକର ଭୋଳ, ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, ,କାର୍ଯ୍ଯକାରୀ ସଭାପତି ବୀରେନ୍ଦ୍ର ଶାସ୍ତ୍ରୀ ,ବିଶ୍ବନାଥ ଜଗଦେବ ପ୍ରମୁଖ ମଞ୍ଚାସିନ ଥିଲେ । ମହୋତ୍ସବ କମିଟିର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବ କମିଟିର ସମ୍ପାଦକ ମଧୁସୂଦନ ମିଶ୍ର ସଭା ପରିଚାଳନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ସାଧାରଣ ସଂପାଦକ ରାମଚନ୍ଦ୍ର ଦୋରା ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିପ୍ରକାଶ ଜେନା ,ତ୍ରିଲୋଚନ ରଥ,ବିଜୟକୃଷ୍ଣ ଦାସ, ରଘୁନାଥ ମହାନ୍ତି,ଗୋପୀନାଥ ମହାନ୍ତି , ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ମା ମାଉସୀମାଙ୍କ ମନ୍ଦିର ପରିସର । ଶ୍ରୀକ୍ଷେତ୍ରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଦୟାନିଧି ସଙ୍ଗୀତ ସୁଧାର ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଭକ୍ତି ସଙ୍ଗୀତ ପରିବେଷଣ କରି ଜଗନ୍ନାଥପ୍ରେମୀ, କାର୍ତ୍ତିକ ବ୍ରତଧାରୀ ଓ ସଙ୍ଗୀତ ପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସମ୍ପ୍ରିତା ପାତ୍ର, ଶୁଭଶ୍ରୀ ପ୍ରଧାନ,ପ୍ରିତମ ପିରାଡ, କଲ୍ଯାଣୀ ନାୟକ, ଲୋକନାଥ ପ୍ରଧାନ, ଶ୍ବେତା ସାଗରିକା ପାଇକ ପ୍ରମୁଖ କଣ୍ଠଶିଳ୍ପୀ ମାନେ ଅଶଂଗ୍ରହଣ କରିଥିଲେ । ଗୁରୁ ଶାରଦା ପ୍ରସନ୍ନ ମିଶ୍ର, ବୃନ୍ଦାବନ ସାହୁ ଅର୍ଜୁନ ମହାରଣା ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ପ୍ରବକ୍ତା
ପଣ୍ଡିତ ବିପିନ ବିହାରୀ ମିଶ୍ର ହରିକଥା ସମ୍ପର୍କରେ ପ୍ରବଚନ ଶ୍ରୋତା ମାନଙ୍କୁ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ବାରା ବରିଷ୍ଠ ବୟୋଜ୍ଯେଷ୍ଠ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ ,ଶିକ୍ଷାବିତ୍ ଶଙ୍କର୍ଷଣ ଦାସ,ସମାଜସେବୀ ସୁଧାକର ଭୋଳ, ଶରତ ଚନ୍ଦ୍ର ରାଉତରାୟ ଓ ପ୍ରବକ୍ତା ପଣ୍ଡିତ ବିପିନ ବିହାରୀ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନୀଳଚକ୍ର ସୋସିଆଲ କଲଚରାଲ ଏକାଡେମୀର ପକ୍ଷରୁ ମାହାରୀ ,ସମ୍ବଲପୁରୀ ଓ ଭଜନନୃତ୍ଯ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ମନିଷା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଶ୍ରୀଦେବୀ ପଢିଆରୀ, କାବ୍ଯାଜଂଳୀ ସାହୁ ,କ୍ରିଷ୍ଣାଜଂଳୀ ସାହୁ , ପ୍ରୀୟାଂଶୀ ପରିଡା ,ଶୁଭଶ୍ରୀ ବେହେରା ,ରାଜନନ୍ଦନୀ ସାହୁ ,ସୁଶ୍ରୀ ସୁଲଗ୍ନା ମହାନ୍ତି ପ୍ରମୁଖ କଳାକାର ମାନଙ୍କ ନୃତ୍ଯ ପରିବେଷଣ କରିଥିଲେ । ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ । ଶତାଧିକ ବ୍ରତଧାରୀ, ଜଗନ୍ନାଥପ୍ରେମୀ ,ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ସମେତ ବହୁ ଶ୍ରଦ୍ଧାଳୁମାନେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା ।