ନୂଆଦିଲ୍ଲୀ– ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ତତ୍କାଳ ସେବାର ଏକ ଅଂଶ ଭାବରେ ଗ୍ରାମ ପଞ୍ଚାୟତରେ ଆଇଇସି ଭ୍ୟାନ ଅଟକିଥିବା ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି ।
୨୬ ନଭେମ୍ବର ୨୦୨୩ ସୁଦ୍ଧା ୯୯୫ଟି ଗ୍ରାମ ପଞ୍ଚାୟତରେ ୫୪୭୦ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାବେଳେ ସେଠାକୁ ୭,୮୨,୦୦୦ରୁ ଅଧିକ ଲୋକ ଆସିଛନ୍ତି।
ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ):ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଫ୍ଲାଗସିପ୍ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ହାତାହାତି କାର୍ଡ ବଣ୍ଟନ କରାଯାଉଛି । ଦ୍ୱାଦଶ ଦିନ ଶେଷ ସୁଦ୍ଧା ଶିବିରଗୁଡ଼ିକରେ ୯,୩୫,୯୭୦ରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଇଥିଲା ଏବଂ ୧,୦୭,୦୦୦ରୁ ଅଧିକ ଫିଜିକାଲ କାର୍ଡ ବଣ୍ଟନ କରାଯାଇଥିଲା।