
ଭୁବନେଶ୍ୱର– ଭିକେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ । ବିଜେଡ଼ିରେ ଯୋଗ ଦେବା ପରେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଭଳି ସେନାପତି ପାଇବା ପରେ ବିଜେଡ଼ି ଆହୁରି କ୍ରିୟାଶୀଳ ହେବ। ଦଳ ପାଇଁ ସେ ସମ୍ପତ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅତନୁ ସବ୍ୟସାଚୀ ।