
ଭୁବନେଶ୍ୱର– ନନ୍ଦପୁର ପୋଲିସକୁ ବଡ଼ ସଫଳତା ।ନନ୍ଦପୁର ଆଇବି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ପ୍ରାୟ 128 କେଜି 3ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଏକ ଟ୍ରାକ୍ଟର ଯୋଗେ ପାଡୁଆ ଅଞ୍ଚଳରୁ ନନ୍ଦପୁର ଦେଇ ଛତିଶଗଡକୁ ଚାଲାଣ ବେଳେ ମାଡି ବସିଲା ପୋଲିସ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ରାୟଗଡାର ଧର୍ମେନ୍ଦ୍ର କାତ୍ରା ।