-
ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର– ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟ କୁ ସତର୍କ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗ କୁ ରିପୋର୍ଟ କରିବାକୁ କୁହାଯାଇଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସମସ୍ତ ଜିଲ୍ଲା ଚିକିତ୍ସାଳୟ କୁ ନିର୍ଦ୍ଦେଶ ରହିଚି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ ଏଚ9ଏନ2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ବୋଲି ସେ କହିଛନ୍ତି ।