ମାଲକାନଗିରି-ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ସାନ ଭାଇର ତୀର ମାଡରେ ବଡ଼ ଭାଇ ଗୁରୁତର ହୋଇଛି। ପେଟରେ ଗୋଟିଏ ତୀର ଲାଗି ବାହାରି ଯାଇଥିବା ବେଳେ ଆଉ ଗୋଟିଏ ତୀର ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାଲିମେଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ବୃଦ୍ଧ ଦୁଲା ମାଡକାମୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏମଭି ଥାନା ଅନ୍ତର୍ଗତ ନାଲା ଗୁଣ୍ଠି ପଞ୍ଚାୟତର ମାରିବେଟା ଗ୍ରାମର ଦୁଲା ମାଡକାମୀ (୬୦)ଆଜି ଦିନ ସାଢେ ଗୋଟାଏ ସମୟରେ ନିଜର ଦୁଇ ନାତିଙ୍କୁ ଧରି ଜମିକୁ ଯାଉ ଥିବା ବେଳେ ତାଙ୍କ ସାନ ଭାଇ ଭୀମା ମାଡକାମୀ (୫୦) ବାଟରେ ତାଙ୍କୁ ଅଟକାଇ ଥିଲେ । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତ ତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭୀମା ବଡ଼ ଭାଇ ଦୁଲାଙ୍କ ଉପରକୁ ଦୁଇ ଗୋଟି ତୀର ନିକ୍ଷେପ କରିଥିଲା। ଫଳରେ ଦୁଲାଙ୍କ ପେଟରେ ଗୋଟିଏ ତୀର ବାଜି ବାହାରି ଯାଇଥିବା ବେଳେ ଆଉ ଗୋଟିଏ ତୀର ଲାଗିରହିଛି । ତୀର ବାଜିବା ପରେ ଦୁଲାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ପାଖ ପଡୋଶୀ ଧାଇଁ ଆସିବାରୁ ଭୀମା ଜଙ୍ଗଲକୁ ଧାଇଁ ପଳାଇଥିଲା । ଗୁରୁତର ଅବସ୍ଥାରେ ଦୁଲାଙ୍କୁ ପରିବାର ଲୋକେ ପ୍ରଥମେ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳକୁ ପଠାଯାଇଛି । ଏନେଇ ପରିବାର ଲୋକ ଏମଭି ୭୯ ଥାନାରେ ଅଭିଯୋଗ କରିଛନ୍ତି ।
Related Stories
December 23, 2024