ଭୁବନେଶ୍ୱର– ଶେଷ ହୋଇଛି ଧର୍ମର ମାସ କାର୍ତିକ । ଆଜି ହେଉଛି ଛାଡଖାଇ । ମାସ ସାରା ଆମିଷ ଛାଡିଥିବା ଏବଂ ପଂଚୁକ ପାଳିଥିବା ଲୋକେ ଆମିଷ ଖାଇଥାନ୍ତି । ତେବେ ମଙ୍ଗଳବାର ଦିନ ଛାଡଖାଇ ପଡିଥିବାରୁ ଆମିଷ ବଜାର ଉପରେ ପ୍ରଭାବ ପଡିଛି । ମଙ୍ଗଳବାର ଦିନ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ଆମିଷ ବ୍ୟବସାୟ ମାନ୍ଦା ରହିଛି । ମାଛ , ମାଂସ ବଜାରରେ ଭିଡ ପରିଲକ୍ଷିତ ହୋଇନାହିଁ । କାଁ ଭାଁ ଲୋକେ ଆମିଷ ନେଇ ଘରକୁ ଫେରୁଥିବାର ଦେଖିବାକୁ ମିଳିଛି । ଜଣେ ମାଛ ବ୍ୟବସାୟୀ କହିଛନ୍ତି ମଙ୍ଗଳବାର ଯୋଗୁଁ ବିକ୍ରି ହୋଇପାରିନାହିଁ । ବଜାର ଖାଁ ଖାଁ ରହିଛି । ଚାହିଦା ନଥିବାରୁ ମାଛ ଦର ମଧ୍ୟ ବଢିନାହିଁ । ରୋହି ମାଛର କେଜି ପ୍ରତି ଦର ୨୦୦ ରହିଥିବା ବେଳେ ମିରକାଳି ଓ ଭାକୁର ଦର ୨୪୦ ରହିଛି । ସେହିପରି ଚୁଙ୍ଗୁଡି ୪୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏହା ବ୍ୟତୀତ ଚିକେନ୍ ଦର କେଜି ପ୍ରତି ୨୪୦ରୁ ୨୮୦ ଟଙ୍କା ରହିଥିବା ବେଳେ ମଟନ ଦର ରଖିଛି ୮୫୦ । ଆସନ୍ତାକାଲି ବୁଧବାର ରହିଥିବାରୁ ବେପାର ଭଲ ହେବା ନେଇ ଆଶବାଦୀ ଅଛନ୍ତି ବ୍ୟବସାୟୀ ।
Related Stories
December 23, 2024