
ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମୋର ସହକର୍ମୀ ତଥା ପ୍ରିୟ ବନ୍ଧୁ ପ୍ରହ୍ଲାଦ ଯୋଶୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଜଣେ ପ୍ରତିବଦ୍ଧ ନେତା, ଭାରତର କୋଇଲା ଏବଂ ଖଣି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ। ଆମର ସଂସଦୀୟ ବ୍ୟବସ୍ଥାକୁ ଅଧିକ ଜୀବନ୍ତ କରିବାକୁ ସେ ମଧ୍ୟ ଆଗ୍ରହୀ ଅଟନ୍ତି। ଭଗବାନ ତାଙ୍କୁ ଏକ ସୁଖ, ସୁସ୍ଥ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ ।