
ଭୁବନେଶ୍ୱର – ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଅଳିଆ ଗଦାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ନରେ ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ କରାଯିବ । ଦୀର୍ଘଦିନ ଧରି ଅଳିଆ ଗଦାଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମିୁଖୀନ ହେଉଥିବା ବେଳେ ବିଏମସି କୌଣସି ପଦକ୍ଷେପ ନେଉନାହିଁ । ଏହାର ପ୍ରତିବାଦରେ ସତ୍ୟାଗ୍ରହ କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।