
ଭୁବନେଶ୍ୱର– ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ଓ ସଂଲଗ୍ନ ଅଂଚଳ ମଲାକା ଷ୍ଟ୍ରେଟରେ ସୋମବାର ସକାଳେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗକୁ ଗତି କରିବ । ନଭେମ୍ବର ୨୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତୀ ୪୮ ଘଂଟା ମଧ୍ୟରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଉପକୂଳରେ ଘୂର୍ଣ୍ଣିଝଡ ସୃଷ୍ଟି କରିବ । ଫଳରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ତେବେ ବାତ୍ୟାର ଦିଗ କେଉଁଆଡେ ହେବ ଏବଂ କଣ ପ୍ରଭାବ ରହିବ ତାହା ବର୍ତମାନ ସ୍ପଷ୍ଟ ହୋଇନାହିଁ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛି ।