ନୂଆଦିଲ୍ଲୀ– ମାଲାୟାଲୀ ନ୍ୟୁଜ୍ ଚ୍ୟାନେଲ୍ ଏସିୟାନେଟ ରେ ଏକ ଡିବେଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ସିପିଏମ ନେତା ଜୈକ୍ ସି. ଥୋମସ୍ ଅପଶବ୍ଦ ବ୍ୟବହାର କରିବାକୁ ନେଇ ଅର୍ଗାନାଇଜର୍ ର ପୂର୍ବତନ ସମ୍ପାଦକ ଡଃ. ଆର. ବାଲାଶଙ୍କର ଲିଗାଲ୍ ନୋଟିସ୍ ପଠାଇଛନ୍ତି ।
ଏହି ଲିଗାଲ ନୋଟିସ୍ ରେ ଥୋମସ୍ ଙ୍କୁ ୭ ଦିନ ମଧ୍ୟରେ ସାର୍ବଜନିକ ଭାବେ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି । ଏପରି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି । ଏହି ଲିଗାଲ୍ ନୋଟିସ୍ ରେ ଦର୍ଶାଯାଇଛି ଯେ, ଥୋମସ୍ ନଭେମ୍ବର ୨୦ ତାରିଖରେ ଏସିୟାନେଟ ନ୍ୟୁଜ୍ ଚ୍ୟାନେଲ୍ ରେ ଡିବେଟ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନରାଧମ ଶବ୍ଦର ବ୍ୟବହାର କରିଥିଲେ ।