
ଭୁବନେଶ୍ୱର– ଓଡିଶାରେ ଡିପ ଫେକ ସରକାର ଚାଲିଛି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପାଣ୍ଡିଆନଙ୍କ ବିଜେଡିରେ ମିଶିବାକୁ ନେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୨୦୧୪ରୁ ଏହି ଯୋଜନା ଥିଲା । ସମୟ ଅନୁସାରେ ସମସ୍ତଙ୍କୁ କାଟିଦେଲେ । ସେ କହିଛନ୍ତି ଯେ ତାଙ୍କୁ ୨୦୧୯ରୁ ହରାଇବାକୁ ଯୋଜନା ହୋଇଥିଲା । ଆଜି ସ୍ପଷ୍ଟ ହୋଇଗଲା । ସେ କହିଛନ୍ତି ଯେ ରାଜ୍ୟରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବିପର୍ଯ୍ୟୟ ଆରମ୍ଭ ହେଲା ।