
ଭୁବନେଶ୍ୱର– ପାରାଦ୍ୱୀପ ବନ୍ଦର କର୍ତୁପକ୍ଷଙ୍କ ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ ବୋଇତ ବନ୍ଦାଣ ଉତ୍ସବ ସମୃଦ୍ଧ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ । ଭାରତର ପ୍ରଗତିରେ ଏହାର ମହତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡିଶା ତାର ଦୀର୍ଘ ବେଳାଭୂମି ମାଧ୍ୟମରେ ପ୍ରଗତିକୁ ତ୍ୱରାନ୍ୱିତ କରିବ ବୋଲି ରାଜ୍ୟପାଳ କହିଛନ୍ତି ।