
କନ୍ଧମାଳ– ଫୁଲବାଣୀ ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସହରର ନାରାୟଣୀ ମନ୍ଦିର ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ବୈକୁଣ୍ଠ ମେହେର, ପିତା-ଅଭିମନ୍ୟୁ ମେହେର ବୟସ- ୪୬, ଘର – ମୋଚି ସାହି, ଫୁଲବାଣୀ ବୋଲି ଜଣାପଡିଛି।
ଆଜି ଭୋରରୁ ସ୍ଥାନୀୟ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ପାଇଁ ନଦୀ କୂଳକୁ ଯିବା ସମୟରେ ଏହି ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ବିଷୟରେ କିଛି ଲୋକ ସଙ୍ଗେ ସଙ୍ଗେ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କୁ ଜଣାଇଥିଲେ। ରାଜୁ ଟାଉନ ଥାନାଧିକାରୀଙ୍କୁ ଜଣାଇଥିଲେ। ଥାନାଧିକାରୀ ପହଁଞ୍ଚିବା ପରେ ଶବଟିକୁ ଚିହ୍ନଟ କରି ଟିମ ସଦସ୍ୟ ଭି.ଜଗନ୍ନାଥ ରାଜୁ, ଏସ.କେ. ଅବଦୁଲ ସାକୀର, ଶିବ ପ୍ରସାଦ ପାତ୍ର ମିଶି ମୃତକଙ୍କ ଶବକୁ ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।