
କନ୍ଧମାଳ– ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ନବୋଦୟ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିଵସ ପାଳନ କରାଯାଇଛି। ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ସତ୍ୟପୀର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ଜଜ୍ ସଞ୍ଚିତ କୁମାର ବେହେରା, ପାରିବାରିକ ଅଦାଲତ ଜଜ୍ ଶ୍ରୀମତୀ ବିଶ୍ବକଲ୍ୟାଣୀ ମିଶ୍ର, ଜେଏମଏଫସି ମିସ୍ ସୋମ୍ୟଶ୍ରୀ ମହାପାତ୍ର ନବୋଦୟ ବିଦ୍ୟାଳୟର ପ୍ରିନ୍ସପାଲ ତଥା ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ଅନ୍ୟତମ ଆଇନଜୀବି ବିଜୟ ପଟ୍ଟନାୟକ ଓ ବାର୍ ଆସୋସିଏସନ୍ ର ସମ୍ପାଦକ କମଳ କୁମାର ବେହେରା, ରାଜ୍ୟ ଡିଫେନ୍ସ କାଉନସିଲ୍ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀଙ୍କ ସମେତ ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବକ୍ତା ମାନେ ସମ୍ବିଧାନର ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ। ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଗ୍ରହ ତଥା ସେମାନଙ୍କର ସମ୍ବିଧାନ ବିଷୟରେ ଅନେକ ଜ୍ଞାନ ଥିବାର ପରିଲକ୍ଷିତ ହେଲା। ଛାତ୍ର ଛାତ୍ରୀ ମାନେ ମଧ୍ୟ ସମ୍ବିଧାନ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।
ସଭାଟିକୁ ଜେଏମଏଫସି ମିସ୍ ସୋମ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିଲେ। ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ ଧନ୍ୟବାଦ ଅର୍ପଣ କରିଥିଲେ।