
ପାରାଦୀପ– ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇଥିଲେ । ସେ ପତାକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହାପରେ ସେ ଭାରତୀୟ ତଟରକ୍ଷୀ ବାହିନୀର ଯାହାଜ ଅମୋଘ ର ପରିଦର୍ଶନ କରିଥିଲେ । ପରେ ସଭା ସ୍ଥଳରେ ପହଂଚି ନିଜର ଅଭିଭାଷଣ ରଖିଥିଲେ । ଏହାପରେ ସେ ଜବାହାର ଅତିଥି ଭବନରେ ୩୦ ଜଣ ମତ୍ସ୍ୟଜିବୀଙ୍କ ସହିତ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ସେ ଅପରାହ୍ନରେ ଭୁବନେଶ୍ଵର ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ପୋଲିସ ପକ୍ଷରୁ ପାରାଦୀପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।