ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର 107ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା ମନେ ପକାଇ କହିଥିଲେ ଯେ, ଆଜିର ଦିନକୁ କେବେ ଭୁଲି ହେବନାହିଁ । ଆତଙ୍କବାଦୀମାନେ ପୂରା ଦେଶକୁ ଥରାଇ ଦେଇଥିଲେ । ଦେଶ ଏଥିରୁ ବାହାରିଥିଲା । ଆଜ ଭାରତ ଆତଙ୍କବାଦୀଙ୍କୁ ପୂରା ସାମର୍ଥର ସହ ନଷ୍ଟ କରୁଛି ।
ପିଏମ ମୋଦି ମୁମ୍ବାଇ ଆକ୍ରମଣରେ ଜୀବନ ହରାଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବୀରଗତି ପ୍ରାପ୍ତ କରିଥିବା ଯବାନମାନଙ୍କୁ ଦେଶ ଆଜି ମନେ ପକାଉଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନଭେମ୍ବର 26 ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । 1949 ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଗ୍ରହଣ କରିଥିଲା । ତେଣୁ ଏହା ଆମ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ପିଏମ ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 2015ରେ ଆମ ବାବା ସାହେବଙ୍କ 125ତମ ଜୟନ୍ତୀ ପାଳନ ବେଳେ ନଭେମ୍ବର 26କୁ ସମ୍ବିଧାନ ଦିବସ ଭାବେ ପାଳନ କରିବା କଥା ମନକୁ ଆସିଥିଲା । ସେବେ ଠାରୁ ଏହି ଦିନକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପିଏମ ମୋଦି ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଥିଲେ ।