ଗଞ୍ଜାମ- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି – କୋର୍ଟପେଟା ରେ ଥିବା ବ୍ରହ୍ମପୁର ଲଜ୍ ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ନାମ ପରି ପାଲିପ ଏବଂ ତାଙ୍କ ସ୍ଵାମୀଙ୍କ ନାମ ସମସନ୍ ବୋଲି ଲଜ୍ ରେଜିଷ୍ଟରରୁ ଜଣାପଡିଛି । ତାଙ୍କ ଘର କେରଳ ରାଜ୍ୟରେ । ଗତ କିଛିଦିନ ହେଲା ସେ ବ୍ରହ୍ମପୁର ଆସିଥିଲେ ଏବଂ ଗତ ୧୯ ତାରିଖ ଠାରୁ ସେ ଏହି ଲଜ୍ ରେ ନିଜ ସ୍ଵାମୀଙ୍କ ସହିତ ରହୁଥିଲେ । ଘଟଣା ପରେ ମୃତ ମହିଳାଙ୍କ ସ୍ଵାମୀ ଫେରାର୍ ଥିବା ଜଣାପଡିଛି । ତେବେ ତାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଲଜ୍ ରୁ ମହିଳାଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
Related Stories
November 23, 2024