
ବଲାଙ୍ଗିର- ବଲାଙ୍ଗିର ପଥରଚେପା ଘାଟିଠାରେ ଆଜି ଭୋର୍ ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ (ଓଡ଼ି୦୫ଏସ୍ ୦୪୫୭) ନମ୍ବର ବିଶିଷ୍ଟ ଏକ ଡ଼ମ୍ପର ଗାଡ଼ି ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ବାହାରି ଯାଉଥିବା ଥିବା ସମୟରେ ପାଟଣାଗଡ଼ ପଟୁ ଆସୁଥିବା ଏକ ଟମାଟୋ ବୋଝେଇ ପିକଅପ୍ ଗାଡ଼ି ନମ୍ବର (ଓଡ଼ି୦୩ଏ୦୨୨୪) ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା । ପିକ୍ଅପ୍ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ପିକ୍ଅପ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ଼୍ରାଇଭର ସେଠାରୁ ଚମ୍ପଟ ମାରିଥିଲା। ବଲାଙ୍ଗିର ସଦରଥାନା ପୋଲିସ ଓ ଦମକଳ ବାହିନୀ ପହଂଚି ଦୁଇ ଗାଡିକୁ ରାସ୍ତାରୁ ହଟାଇ ସଦରଥାନାକୁ ଆଣିବା ସହ ମୃତ ପିକ୍ଅପ୍ ଡ୍ରାଇଭରଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ରଖିଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣାରେ ଚୁର୍ମାର୍ ହୋଇଯାଇଥିବା ପିକ୍ଅପ୍ ଗାଡିଟି ବଲାଙ୍ଗିରର ନାରାୟଣ ବେହେରାଙ୍କର ବୋଲି ଜଣାପଡିଛି ।